www.samajalive.in
Sunday, December 14, 2025
14.1 C
Bhubaneswar

ଶ୍ରେଣୀରେ ହେବ ଦଶମ, +୨ ପରୀକ୍ଷା

ଭୁବନେଶ୍ବର : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ପରୀକ୍ଷା ଶ୍ରେଣୀଗୃହରେ ପାରମ୍ପରିକ ପଦ୍ଧତିରେ ଅଫଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ ହେବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଶ୍ରୀ ଦାଶ କହିଛନ୍ତି ଅଫଲାଇନ (ଶ୍ରେଣୀଗୃହ)ରେ ପରୀକ୍ଷା ହେବା ନେଇ ନିଷ୍ପତ୍ତି ନିଆଯାଇଛି। ଯେଉଁ ସମୟରେ ପରୀକ୍ଷା ହେବା କଥା, ଠିକ୍‌ ସେହି ସମୟରେ ହେବ। ଗତ ୭ ତାରିଖରୁ ଅଷ୍ଟମ ଶ୍ରେଣୀରୁ ଦ୍ବାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହୋଇଛି। ସେହିପରି ଆସନ୍ତା ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ଯାଏଁ ବିଦ୍ୟାଳୟ ଖୋଲିବ। ପରୀକ୍ଷାକୁ ନେଇ ବିଦ୍ୟାର୍ଥୀ ଦ୍ବନ୍ଦ୍ବରେ ରହିବା ଆବଶ୍ୟକତା ନାହିଁ। ଛାତ୍ରଛାତ୍ରୀ କରୋନା କଟକଣା ପାଳନ କରି ବିଦ୍ୟାଳୟ ଆସିବା ଦରକାର ବୋଲି ସେ କହିଛନ୍ତି।

୨୬ ଏପ୍ରିଲରୁ ସିବିଏସ୍ଇ ପରୀକ୍ଷା

- Advertisement -

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ଦ୍ବାରା ପରିଚାଳିତ ୧୦ ମ ଓ ଦ୍ବାଦଶ ଶ୍ରେଣୀର ୨ୟ ଟର୍ମ ପରୀକ୍ଷା ୨୬ ଏପ୍ରିଲଠାରୁ ଆରମ୍ଭ ହେବ। ଏହି ପରୀକ୍ଷା ଅଫଲାନରେ କରାଯିବ ଓ ଖୁବ୍‌ ଶୀଘ୍ର ଏଥିପାଇଁ ସମୟ ସାରଣୀ ଜାରି କରାଯିବ ବୋଲି ସିବିଏସଇ ପ୍ରକାଶ କରିଛି। ବୋର୍ଡର ୱେବସାଇଟ
cbse.nic.in ରେ ଦିଆଯାଇଥିବା ନମୁନା ପ୍ରଶ୍ନୋତ୍ତର ଅନୁଯାୟୀ ଏହି ପରୀକ୍ଷା ଅନୁଷ୍ଠିତ ହେବ। ୧୦ ​ଶ୍ରେଣୀ ଟର୍ମ-୧ ପରୀକ୍ଷା ୧୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିଥିଲା। ସେହିପରି ଦ୍ବାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ଗତବର୍ଷ ୨୨ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏ ପର୍ଯ୍ୟନ୍ତ ୧୦ମ ଓ ଦ୍ବାଦଶ ଟର୍ମ-୧ ପରୀକ୍ଷା ଫଳାଆଫଳ ସିବିଏସଇ ପ୍ରକାଶ କରି ନାହିଁ। ଖୁବ୍‌ କମ୍‌ ଦିନ ମଧ୍ୟରେ ଫଳାଫଳ ପ୍ରକାଶ ପାଇବ। ଯେଉଁ ବିଦ୍ୟାର୍ଥି ଟର୍ମ-୧ ପରୀକ୍ଷା ଦେଇଥିବେ ସେମାନେ ରୋଲ ନମ୍ବର ମାଧ୍ୟମରେ ଫଳାଫଳ ଜାଣି ପାରିବେ ବୋଲି ସିବିଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରକାଶ କରିଛନ୍ତି।

 

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories