www.samajalive.in
Sunday, December 14, 2025
23.1 C
Bhubaneswar

ଗୁଗୁଲ ମ୍ୟାପ୍ସ ସାହାଯ୍ୟରେ ଖୋଜି ପାଇବେ ହଜିଥିବା ସ୍ମାର୍ଟଫୋନ୍‍

ଆଜିର ଯୁଗରେ ଆପଣଙ୍କ ସ୍ମାର୍ଟଫୋନ୍ ହଜିଗଲେ ବା ଚୋରି ହୋଇଗଲେ, ସମସ୍ତ କାର୍ଯ୍ୟ ବନ୍ଦ ହୋଇଯିବାର ଅବସ୍ଥା ସୃଷ୍ଟି ହୋଇଥାଏ। ଫୋନ୍ ହଜିଗଲେ ଏଥିରେ ଥିବା ଡାଟା, ଫଟୋ ଏବଂ ଅନ୍ୟାନ୍ୟ ଜରୁରୀ ସୂଚନା ନଷ୍ଟ ହୋଇଯିବାର ଚିନ୍ତା ମଧ୍ୟ ଘାରି ଥାଏ।
ତେବେ ଯଦି ଆପଣଙ୍କ ସ୍ମାର୍ଟ ଫୋନ୍ ହଜି ଯାଇଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ କହିବୁ, ଯାହା ସାହାଯ୍ୟରେ ଆପଣ ନିଜର ଚୋରି ଅବା ହଜି ଯାଇଥିବା ସ୍ମାର୍ଟ ଫୋନକୁ ସହଜରେ ଖୋଜି ପାଇ ପାରିବେ।
ସ୍ମାର୍ଟ୍ ଫୋନ୍ ହଜି ଗଲେ, ଆପଲ୍ ଫୋନ୍ ଓ ଆଣ୍ଡ୍ରଏଡ୍ ସ୍ମାର୍ଟ ଫୋନ୍ ବ୍ୟବହାରକାରୀ ‘ଫାଇଣ୍ଡ୍‍ ମାଇଁ ଫୋନ୍‍’ ଫିଚର୍ ଜରିଆରେ ଏହାକୁ ଟ୍ରାକ୍ ପାରିବେ। ଯେଉଁ ଯେଉଁ ସ୍ଥାନକୁ ଫୋନ୍ ନେଇ ଆପଣ ଯାଇଥିଲେ, ଏହି ଫିଚର୍ ସେହି ସ୍ଥାନ ଏବଂ ଲୋକେସନକୁ ଟ୍ରାକ୍ କରିଥାଏ।
ଏବେ ଆସନ୍ତୁ ଜାଣିବା, ଗୁଗୁଲ ମ୍ୟାପ୍ସ ସାହାଯ୍ୟରେ ଆପଣ କିପରି ନିଜର ହଜି ଯାଇଥିବା ସ୍ମାର୍ଟ ଫୋନର ଲୋକେସନ୍ ଜାଣିପାରିବେ। ଲୋକେସନ୍ ଟ୍ରାକ୍ କରିବା ସମୟରେ ଆପଣଙ୍କୁ କିଛି ଜରୁରୀ କଥାକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡ଼ିବ।
ଗୁଗୁଲ ମ୍ୟାପ୍ସ ସାହାଯ୍ୟରେ ଏପରି ଖୋଜନ୍ତୁ ଆପଣଙ୍କ ସ୍ମାର୍ଟଫୋନ୍‍ :
– ଗୁଗୁଲ ମ୍ୟାପ୍ସ ସାହାଯ୍ୟରେ ହଜି ଯାଇଥିବା ଫୋନକୁ ଖୋଜିବା ପାଇଁ ପ୍ରଥମେ ଆପଣଙ୍କୁ ଆଣ୍ଡ୍ରଏଡ୍ ମୋବାଇଲ୍ ଏବଂ ଲାପଟପ୍ ବା କମ୍ପ୍ୟୁଟର୍ ପାଖରେ ରହିବାକୁ ପଡ଼ିବ ଏବଂ ସେଥିରେ ଇଣ୍ଟର୍ନେଟ୍ କନେକ୍ସନ୍ ଥିବା ଦରକାର।
– ଏହା ସହ ଆପଣଙ୍କୁ ଜିମେଲ୍‍ ଆକାଉଣ୍ଟର ଆଇଡି ଏବଂ ପାଶୱାର୍ଡ  ମନେ ରଖିବାକୁ ପଡ଼ିବ।
– ସର୍ବପ୍ରଥମେ ଗୁଗୁଲରେ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ.ମ୍ୟାପ୍ସ.ଗୁଗୁଲ.କୋ.ଇନ୍‍ ଟାଇପ୍ କରନ୍ତୁ।
– ଏହା ପରେ ଗୁଗୁଲ ମ୍ୟାପ୍ସ ଖୋଲିଯିବ। ଏହି ମ୍ୟାପରେ ଆପଣଙ୍କୁ ଗୁଗୁଲ୍ ଆଇଡି ଦେବାକୁ ପଡ଼ିବ, ଯାହା ଆପଣଙ୍କ ହଜି ଯାଇଥିବା ସ୍ମାର୍ଟଫୋନ୍ ସହିତ ଲିଙ୍କ୍ ଥିବ।
– ଆଇଡିକୁ ସାଇନ୍-ଇନ୍ କରିବା ପରେ ଆପଣଙ୍କ ଫୋନ୍ କିମ୍ୱା ଲାପଟପ୍ ଡାହାଣ ପାର୍ଶ୍ୱରେ ଆପଣ ୩ଟି ଡଟ୍ ଦେଖିବାକୁ ପାଇବେ। ଏହା ଉପରେ କ୍ଲିକ୍ କରନ୍ତୁ।
– ଏହା ପରେ ଆପଣ ‘ୟୋର୍‍ ଟାଇମ୍‍ଲାଇନ୍‍’ ଅପ୍ସନ୍ ଦେଖିବାକୁ ପାଇବେ। ଏହି ଅପ୍ସନକୁ କ୍ଲିକ୍ କରିବା ପରେ ଆପଣ ଯେଉଁଦିନର ଲୋକେସନ୍ ହିଷ୍ଟ୍ରି ଜାଣିବାକୁ ଚାହୁଁଛନ୍ତି, ସେହି ଦିନର ମସିହା, ମାସ ଏବଂ ତାରିଖ ଦିଅନ୍ତୁ।
– ସବୁ ଡାଟା ଦେବା ପରେ ଆପଣ ଲୋକେସନ୍ ହିଷ୍ଟ୍ରି ସମୟ ସହିତ ଦେଖିବାକୁ ପାଇବେ।
– ଆପଣ ଚାହିଁଲେ, ଏହି ଫିଚରକୁ ଯେକୌଣସି ଆଣ୍ଡ୍ରଏଡ୍ ଫୋନରେ  ଥିବା ଗୁଗୁଲ ମ୍ୟାପ୍ସ ସାହାଯ୍ୟରେ ଆକ୍ଟିଭ୍ କରିପାରିବେ।
– ଗୁଗୁଲ ମ୍ୟାପ୍ସରେ ସେହି ଆଇଡି ସାଇନ୍ କରନ୍ତୁ, ଯାହା ଆପଣଙ୍କ ଫୋନ୍ ସହିତ ଲିଙ୍କ୍ ଥିଲା।
– ଏହି ଫିଚର୍ ସେତେବେଳେ କାମ କରିବ, ଯେତେବେଳେ ଆପଣ ମୋବାଇଲ୍ ଫୋନରେ  ଥିବା ଲୋକେସନ୍ ସର୍ଭିସ୍ ଫିଚରକୁ ଅନ୍ ରଖିଥିବେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories