www.samajalive.in
Saturday, December 6, 2025
19.1 C
Bhubaneswar

ଚକୋଲେଟ୍‍ ଡେ ; ଦାମୀ ଚକୋଲଟ୍‍ ସହ ଜାଣି ରଖନ୍ତୁ ଏହି ଜଣାଅଜଣା କଥା

ଆଜି ଚକୋଲେଟ୍‍ ଡେ। ଚକୋଲେଟ ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ। ଏହା ଅନେକ ଲୋକଙ୍କର ମାନସିକ ଭାବ ପରିବର୍ତ୍ତନ କରିଥାଏ। ତେବେ ଚକୋଲେଟ୍‍ ସହ ଜଡିତ କିଛି କଥା ରହିଛି , ଯାହା ସଭିଏଁ ହୁଏତ ଜାଣି ନଥିବେ।
ନିକଟରେ ପର୍ତ୍ତୁଗାଲର ଅବିଡାସ୍ ସହରରେ ଅନ୍ତଃରାଷ୍ଟ୍ରୀୟ ଚକୋଲେଟ୍ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେଥିରେ ବିଶ୍ବର ସବୁଠୁ ଦାମୀ ମହଙ୍ଗା ଚକୋଲେଟ୍ ପ୍ରଦର୍ଶିତ ହୋଇଥିଲା। ଏହି ଚକୋଲେଟ୍ ପ୍ୟାକେଟର ମୂଲ୍ୟ ୬ଲକ୍ଷ ଟଙ୍କା । ଦାମୀ ବାକ୍ସରେ ଉପଲବ୍ଧ ଏହି ଚକୋଲେଟ ନାମ ‘ଗ୍ଲୋରିୟସ୍’ ରଖାଯାଇଛି। ସେଠାକାର କମ୍ପାନୀରେ ଏହି ଚକୋଲେଟ୍  ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପ୍ରଥମେ ଏହା ମାତ୍ର ୧ହଜାର ସଂଖ୍ୟାରେ ପ୍ରସ୍ତୁତ କରାଯାଇ ଦୁବାଇ, ରୁଷ, ଆମେରିକାକୁ ପ୍ରେରଣ କରାଯାଇଛି। ଆଗାମୀ ଦିନରେ ଲୋକଙ୍କ ଚାହିଦା କ୍ରମେ ଏହି ଦାମୀ ଚକୋଲେଟ୍ ତିଆରି ହେବ। ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକଡର୍ସରେ ଏହା ବିଶ୍ବର ସବୁଠୁ ମହଙ୍ଗା ଚକୋଲେଟର ସ୍ବୀକୃତି ପାଇଛି। ୨୩ କ୍ୟାରେଟ୍ ସୁନାର ମିଶ୍ରଣରେ ପ୍ରସ୍ତୁତ ଏହି ଚକୋଲେଟ୍ ଖୁବ୍ ସୁଆଦିଆ ହେବା ସହ ସ୍ବାସ୍ଥ୍ୟ ନିମନ୍ତେ ଆଦୌ ହାନିକାରକ ନୁହେଁ। କେଶର, ଟ୍ରଫଲ, ବେଲଜିୟମ୍ ଚକୋ ପାଉଡର, ବେଲଜିୟମ୍ ଭ୍ୟାନିଲା, ଚକୋ ପାଉଡର ମିଶ୍ରିତ ଏହି ଚକୋଲେଟକୁ ଫ୍ରିଜରେ ୧ ମାସ ପର୍ୟ୍ୟନ୍ତ ରଖି ଖାଇହେବ।
ଚକୋଲେଟ ସଂଗ୍ରାହଳୟ…….
ଲୋକେ ବିଭିନ୍ନ ପ୍ରକାର ସଂଗ୍ରାଳୟ ବିଷୟରେ ଜାଣିଥିବେ ଅଥବା ଶୁଣିଥିବେ। ମାତ୍ର ଆପଣ ଚକୋଲେଟ ସଂଗ୍ରାହଳୟ (ମ୍ୟୁଜିୟମ) ବିଷୟରେ ଜାଣିଛନ୍ତି କି ? ବିଶେଷ କରି ଚକୋଲେଟ ପ୍ରେମୀମାନେ ଏହା ଜାଣି ନିଶ୍ଚୟ ଖୁସି ହେବେ ଯେ, ତାଙ୍କ ପାଇଁ ଚକୋଲେଟ ସଂଗ୍ରାଳୟ ଖୋଲି ସାରିଛି। ଏହି ସଂଗ୍ରାଳୟ ସ୍ୟୁଜରଲ୍ୟାଣ୍ଡର ଜୁରିଚ୍‍ ସହରରେ ହୋଇଛି।
୬୫,୦୦୦ ବର୍ଗ ଫୁଟର କ୍ଷେତ୍ରଫଳରେ ଏହି ସଂଗ୍ରାଳୟ ରହିଛି। ଏହାର ନାମ ଲିନଟ୍‍ ହୋମ ଅଫ ଚକୋଲେଟ। ଏହି ଅଦ୍ଭୁତ ସଂଗ୍ରାଳୟର ଭିତରକୁ ଯିବାମାତ୍ରେ ପ୍ରତ୍ୟେକ ଜିନିଷ କେବଳ ଚକୋଲେଟରେ ହିଁ ପ୍ରସ୍ତୁତ ହୋଇଥିବା ଦେଖିବାକୁ ପାଇବେ। କେବଳ ଏତିକି ନୁହେଁ, ଏହି ସଂଗ୍ରହଳୟରେ ୩୦ ଫୁଟର ଉଚ୍ଚତା ବିଶିଷ୍ଟ ଝରଣା ମଧ୍ୟ ରହିଛି,ଯାହା ଆକର୍ଷଣର ପ୍ରମୁଖ କେନ୍ଦ୍ର ବିନ୍ଦୁ ବୋଲି କୁହାଯାଏ। ଏଥିରେ ଦୁନିଆର ସବୁଠାରୁ ବଡ଼ ଲିନଟ୍‍ ଚକୋଲେଟ ଦୋକାନ ମଧ୍ୟ ରହିଛି।
ସାରା ଦୁନିଆରେ ଜୁରିଚ୍‍ ସହରକୁ ଚକୋଲେଟର ରାଜଧାନୀ ବୋଲି କୁହାଯାଏ। ଏହାସହ ଏହି ସହରରେ ମିଳୁଥିବା ଚକୋଲେଟ ସବୁଠାରୁ ଉନ୍ନତ ମାନର ଓ ସ୍ୱାଦିଷ୍ଟ ବୋଲି କୁହାଯାଏ। ସ୍ୟୁଜଲ୍ୟାଣ୍ଡର ଚକୋଲେଟ ପ୍ରସ୍ତୁତିର ଇତିହାସ ବିଷୟରେ ଜାଣିବା ପାଇଁ ଏହା ସଠିକ ସ୍ଥାନ ବୋଲି ମଧ୍ୟ କୁହାଯାଏ।
ଏହି ସଂଗ୍ରାହଳୟକୁ ଯାଉଥିବା ଭ୍ରମଣକାରୀ ନିଜ ସହ କିଛି ଉପହାର ମଧ୍ୟ ଘରକୁ ନେଇ ଯାଇଥାଆନ୍ତି। ଏହାସହ ଏଠାକୁ ଆସୁଥିବା ବ୍ୟକ୍ତିଙ୍କୁ ସେଠାରେ ଚକୋଲେଟ ପ୍ରସ୍ତୁତ କରିବା ପାଇଁ ମଧ୍ୟ ସୁଯୋଗ ମିଳିଥାଏ। ଏହି ସଂଗ୍ରାହଳୟରେ କୋକୋ ମଞ୍ଜି ଉତ୍ପାଦନର ଆରମ୍ଭ, ଚକୋଲେଟ ପ୍ରସ୍ତୁତିର ଆରମ୍ଭ ,ଏହାସହ ଜଡ଼ିତ କେତେକ ସାଂସ୍କୃତିକ ଇତିହାସ ବିଷୟରେ ମଧ୍ୟ ଜାଣିବାକୁ ମିଳିଥାଏ।

ଚକୋଲେଟ୍‍ ଖାଇବାର ଲାଭ

- Advertisement -

ଡାର୍କ ଚକୋଲେଟ ଖାଇବା ଦ୍ବାରା ଆପଣ ସ୍କାର୍ଟ ରହିବା ସହ ସୁସ୍ଥ ରହିପାରିବେ। ସ୍ବାସ୍ଥ୍ୟ ପାଇଁ ଡାର୍କ ଚକୋଲେଟ ଅତ୍ୟନ୍ତ ଲାଭଦାୟକ ଅଟେ। ଏହା ଶରୀରକୁ ସୁସ୍ଥ ରଖିବା ସହ ଅନେକ ସମସ୍ୟା ଦୂର କରିଥାଏ।

ସ୍ମୃତି ଶକ୍ତି ବୃଦ୍ଧି ହୋଇଥାଏ :
ଡାର୍କ ଚକୋଲେଟରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ଏହା ଆପଣଙ୍କ ଶରୀର ପାଇଁ ଲାଭ ଦାୟକ ହୋଇଥାଏ। ଡାର୍କ ଚକୋଲେଟରେ କେଫିନ୍ ସଠିକ ପରିମାଣରେ ରହିଥାଏ। ଏହା ସ୍ମୃତି ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ଡାର୍କ ଚକୋଲେଟ ଖାଇବା ଦ୍ବାରା ମୁହଁରେ ସୂର୍ୟ୍ୟଙ୍କ ହାନିକାରକ କିରଣର କୁପ୍ରଭାବ ପଡିପାରେ ନାହିଁ। ଏହା ଖାଇବା ଦ୍ବାରା ଶରୀର ସୁସ୍ଥ ରହିବା ସହ ସୌନ୍ଦର୍ୟ୍ୟ ମଧ୍ୟ ବଢିଥାଏ।

କୋଲେଷ୍ଟ୍ରୋଲର ମାତ୍ରା କମ ହୋଇଥାଏ :
ଅଧ୍ୟୟନରୁ ଜଣାପଡିଛି ଯେ, ଡାର୍କ ଚକୋଲେଟ ସେବନ କରିବା ଦ୍ବାରା ଶରୀରରେ ଖରାପ କୋଲେଷ୍ଟ୍ରୋଲର ମାତ୍ରା କମ ହୋଇଥାଏ। ଭଲ କୋଲେଷ୍ଟ୍ରୋଲର ମାତ୍ରା ବୃଦ୍ଧି ପାଇଥାଏ। ଡାର୍କ ଚକୋଲେଟ ଖାଇବା ଦ୍ବାରା ହୃଦୟ ସୁସ୍ଥ ରହିଥାଏ।

 

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories