www.samajalive.in
Tuesday, December 9, 2025
26.1 C
Bhubaneswar

ଜେଲ ଗଲେ ମହିମା ମିଶ୍ର

ଜଗତସିଂହପୁର :  ଶିଳ୍ପପତି ମହିମା ମିଶ୍ର ପୁଣି ଜେଲ ଯାଇଛନ୍ତି।  ବହୁଚର୍ଚ୍ଚିତ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ତାଙ୍କୁ ଜେଲ ଯିବାକୁ ପଡିଛି । ବୁଧବାର କୁଜଙ୍ଗ ଜେଏମଏଫସି କୋର୍ଟରେ ଆତ୍ମ ସମର୍ପଣ କରିବା ପରେ ସେ ଜେଲ ଯାଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ  ମହିମା ମିଶ୍ରଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।

ପୂର୍ବରୁ ଓଡ଼ିଶା ହାଇକୋର୍ଟ ମଇ ୨୦୧୭ରେ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ।  ତେବେ ମହିମା ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସାକ୍ଷୀଙ୍କୁ ପ୍ରଭାବିତ କରିବା ସହ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରି ପାରନ୍ତି ବୋଲି ସୁପ୍ରିମକୋର୍ଟର ବିଚାରପତି ଏଲ ନାଗେଶ୍ୱର ରାଓ ଓ ବିଚାରପତି ମୋହନ ଏମ ସନ୍ଥାନାଗୌଦର ଆଶଙ୍କା ପ୍ରକାଶ କରିଛନ୍ତି।
ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ୧୧ପୃଷ୍ଟା ବିଶିଷ୍ଟ ରାୟରେ ଦର୍ଶାଇଛନ୍ତି ଯେ ମହିମା ମିଶ୍ର ସ୍ଥାନୀୟ ଅଞ୍ଚଳରେ ଜଣେ ଆର୍ଥିକ ସଂପନ୍ନ ଏବଂ ବାହୁବଳୀ ବ୍ୟକ୍ତି। ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ନେଇ ରହିଥିବା ଆଶଙ୍କା ଯୁକ୍ତିଯୁକ୍ତ। ମାମଲାର ବିଚାର ପୂର୍ବରୁ ଏବଂ ବିଚାର ସମୟରେ ସାକ୍ଷୀଙ୍କୁ ପ୍ରଭାବିତ କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସୁପ୍ରିମକୋର୍ଟ ଦର୍ଶାଇଛନ୍ତି। ଜାମିନ ପ୍ରଦାନ ବେଳେ ମହିମାଙ୍କ ବ୍ୟାବସାୟିକ ପ୍ରଭାବ ଓ ଆଇନ ବ୍ୟବସ୍ଥାକୁ ଏଡାଇଯିବା ପାଇଁ ତାଙ୍କ ଉଦ୍ୟମର ଇତିହାସକୁ ଓଡ଼ିଶା ହାଇକୋର୍ଟ ଆଡ଼େଇଯିବା ନେଇ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ ବେଳେ ମାମଲା ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ଏବଂ ପରିସ୍ଥିତିକୁ ଆକଳନ କରିବାରେ ବିଫଳ ହୋଇଛନ୍ତି ବୋଲି ସୁପ୍ରିମକୋର୍ଟ ଦର୍ଶାଇଛନ୍ତି। ଏପରିକି ସାକ୍ଷୀ ପ୍ରମାଣ ତଥ୍ୟାବଳୀକୁ ସଠିକ୍‌ ଭାବେ ତର୍ଜମା କରାଯାଇନାହିଁ ବୋଲି ସୁପ୍ରିମକୋର୍ଟ ଟିପପଣୀ କରିଛନ୍ତି।
ପ୍ରକାଶ ଯେ ବ୍ୟାବସାୟିକ ଶତ୍ରୁତା କାରଣରୁ ସିୱେଜ ସିପିଙ୍ଗ୍‌ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ପାରାଦ୍ୱିପ ଶାଖାର ପରିଚାଳକ ମହେନ୍ଦ୍ର ସ୍ୱାଇଁଙ୍କୁ ୨୬ ଅକ୍‍ଟୋବର ୨୦୧୬ରେ ତାଙ୍କ କାର୍ଯ୍ୟାଳୟକୁ ଯିବାବେଳେ ବୋମା ଫିଙ୍ଗି ହତ୍ୟା କରାଯାଇଥିଲା। ମହିମା ମିଶ୍ରଙ୍କ ଇଙ୍ଗିତରେ ମହେନ୍ଦ୍ରଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସରେ ପରିବାର ଲୋକ ଅଭିଯୋଗ କରିଥିଲେ। ତଦନ୍ତ ବେଳେ ମୁଖ୍ୟ ଅଭିଯୁକ୍ତ ମହିମା ମିଶ୍ର ଚେନ୍ନାଇ, ଦିଲ୍ଲୀ, ନେପାଳ ବାଟ ଦେଇ ଥାଇଲାଣ୍ଡରେ ଯାଇ ଲୁଚିଥିଲେ। ପୁଲିସ ପକ୍ଷରୁ ଲୁକଆଉଟ ନୋଟିସ ଜାରି କରାଯିବା ପରେ ମହିମାଙ୍କୁ ବ୍ୟାଙ୍କକ୍‌ରୁ ଗିରଫ କରାଯାଇ ଓଡ଼ିଶା ଅଣାଯାଇଥିଲା। ମୃତ୍ୟୁ ପୂର୍ବରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ପାରାଦ୍ୱୀପ ପୁଲିସକୁ ମହେନ୍ଦ୍ର ସ୍ୱାଇଁ ଜଣାଇଥିବା ନେଇ ମୃତ ମହେନ୍ଦ୍ରଙ୍କ ପରିବାର ତରଫରୁ ସୁପ୍ରିମକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଓଡ଼ିଶା ହାଇକୋର୍ଟଙ୍କ ତରଫରୁ ମହିମାଙ୍କ ଜାମିନକୁ ବିରୋଧ କରି ରାଜ୍ୟ ସରକାରଙ୍କ ଓକିଲ ଶିବଶଙ୍କର ମିଶ୍ର ଦର୍ଶାଇଥିଲେ ଯେ ଗିରଫଦାରୀକୁ ଏଡ଼ାଇବା ପାଇଁ ଅଭିଯୁକ୍ତ ଥାଇଲ୍ୟାଣ୍ଡରେ ଲୁଚିଥିଲେ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories