www.samajalive.in
Sunday, December 14, 2025
26.1 C
Bhubaneswar

ଅତାବିରା ଲାୟନ୍ସ କ୍ଳବ୍ ପକ୍ଷରୁ ସୁର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳୀ

ରେଙ୍ଗାଲିକ୍ୟାମ୍ପ: ଅତାବିରାରେ ନୂତନ ଭାବେ ଗଠିତ ହୋଇଥିବା ଲାୟନ୍ସ କ୍ଳବର ସଭାପତି ଦିରେନ୍ଦ୍ର ରଥଙ୍କ ସଭାପତିତ୍ବରେ ଆଜି ବିଖ୍ୟାତ କଣ୍ଠ ଶିଳ୍ପୀ, ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଉଦ୍ଦେଶ୍ୟରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ସମସ୍ତଙ୍କ ଅତି ପ୍ରିୟ ଲତା ଦିଦିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହମବତୀ ଜାଳି ସହର ପରିକ୍ରମା କରି ସଭlସ୍ଥଳିକୁ ପହଞ୍ଚିବା ପରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ସଭାପତିଙ୍କ ସମେତ ଉପସ୍ଥିତ ସମସ୍ତ ସଦସ୍ୟ ସୁରରାଣୀ ଲତାଙ୍କ ସ୍ମୃତିଚାରଣ କରିଥିଲେ।

ଲତା ଦିଦିଙ୍କ ଅତି ପ୍ରିୟ ଦେଶପ୍ରେମ ସଙ୍ଗୀତ ‘ଏ ମେରେ ୱତନ୍ କେ ଲୋଗୋ’, ଯେଉଁ ଗୀତ ଶୁଣି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ନେହେରୁଙ୍କ ଆଖିରୁ ଲୁହ ଝରିଥିଲା, ସେଇ ଗୀତର ଗୁଞ୍ଜରଣ ସହ ସହର ପରିକ୍ରମା କରିବା ବେଳେ ଅନେକଙ୍କ ଆଖିରୁ ଲୁହ ଝରିପଡ଼ିଥିଲା। ତାଙ୍କର ଯାଦୁକରୀ କଣ୍ଠ ସ୍ବର ସମସ୍ତଙ୍କୁ ବିମୋହିତ କରୁଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ କ୍ଲବର ବିନୟ ଦାଶ, ବଳରାମ ପ୍ରଧାନ, ବିକାଶ ସାହୁ, ନରେଶ ଅଗ୍ରୱାଲ, ମାନେଶ୍ୱର ପ୍ରଧାନ, ଗଣେଶ ଦାଶ, ସୁଦୟ ପ୍ରଧାନ, ଶଙ୍କର ତ୍ରିପାଠୀ ଓ ସୋମନାଥ ପଟ୍ଟନାୟକ ଆଦି କର୍ମକର୍ତ୍ତାଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories