www.samajalive.in
Monday, December 8, 2025
14.1 C
Bhubaneswar

ହୃଦଘାତରେ ବରିଷ୍ଠ ସାମ୍ବାଦିକଙ୍କ ପରଲୋକ

ରେଙ୍ଗାଳିକେମ୍ପ: ଗୋଡଭଗାର ବରିଷ୍ଠ ସାମ୍ବାଦିକ ଉପେନ୍ଦ୍ର ପଣ୍ଡା (୫୪)ଙ୍କ ହୃଦଘାତରେ ପରଲୋକ ହୋଇଛି। ଗତକାଲି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା କିଛି ଖରାପ ହେବାରୁ ତାଙ୍କୁ ବୁର୍ଲ୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ସେଠାରେ ସ୍ବାସ୍ଥ୍ୟ ଅବସ୍ଥାରେ କିଛି ସୁଧାର ହୋଇ ନଥିବା ଯୋଗୁଁ ତାଙ୍କୁ ମଧ୍ୟ ରାତ୍ରୀରେ ବରଗଡ଼ ସ୍ଥିତ ବିକାଶ ହସ୍ପିଟାଲକୁ ଅଣାଯାଇଥିଲା।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳେ ତାଙ୍କ ପରଲୋକ ହୋଇଛି।

ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହି ଖବର ପାଇ ରାଜ୍ୟ ବିଜେଡି ମହିଲା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ କଂଗ୍ରେସ ବିଧାୟକ ନିହାରରଞ୍ଜନ ମହାନନ୍ଦ, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଗୋଡ଼ଭଗାର ସଞ୍ଜୀବ ପୋଢ଼, ସଂଯୁକ୍ତା ସାହୁ, ସାମ୍ବାଦିକ ଜନକରାମ ଦାଶ, ଆକାଶ ମିଶ୍ର, ହୃଷୀକେଶ ଖମାରୀ, ମନୋଜ ସାହୁ ସମେତ ଧନକଉଡ଼ାର ସାମ୍ବାଦିକ ଓ ସ୍ଥାନୀୟ ସାମ୍ବାଦିକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ବନ୍ଧୁବର୍ଗ ତାଙ୍କର ଶେଷ ଦର୍ଶନ ପାଇଁ ଉପସ୍ଥିତ ରହିଥିଲେ। ନିକଟସ୍ଥ ସ୍ଵର୍ଗଦ୍ଵା ରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା। ପୁଅ ଆଶିଷ ପଣ୍ଡା ମୂଖାଗ୍ନି ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories