www.samajalive.in
Tuesday, December 9, 2025
23.1 C
Bhubaneswar

ତିନି ତଲାକ ଅଧ୍ୟାଦେଶକୁ କ୍ୟାବିନେଟ୍‍ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଆଜି ତିନି ତଲାକ ସମ୍ପର୍କିତ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ମୋହର ପରେ ଏହି ଅଧ୍ୟାଦେଶ ଆଇନ୍‍ରେ ପରିଣତ ହେବ। ୬ମାସ ମଧ୍ୟରେ ସରକାର ଉଭୟ ଗୃହରେ ଏହି ଅଧ୍ୟାଦେଶକୁ ବିଧେୟକ ଭାବେ ଉପସ୍ଥାପନ କରିବେ। ଆଇନ୍‍ କାର୍ଯ୍ୟକାରୀ ହେବା ପରେ ତିନି ତଲାକ୍‍ ଏଣିକି ଅପରାଧ ଭାବେ ବିବେଚିତ ହେବ।
ତିନି ତଲାକକୁ ନେଇ ମୋଦୀ ସରକାରଙ୍କୁ ବ୍ୟାପକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବିଲ ଆଗତ ହୋଇଥିଲା। ତେବେ କଂଗ୍ରେସ ସମେତ ବିପକ୍ଷ ଦଳର ବିରୋଧ ହେତୁ ସରକାର ଏହି ବିଲରେ କେତେକ ସଂଶୋଧନ କରିଥିଲେ। ସଂଶୋଧନ ପରେ ମଧ୍ୟ ଏହି ବିଲ ରାଜ୍ୟସଭାରେ ଅଟକି ରହିଛି। ଅବଶ୍ୟ ଲୋକସଭାରେ ବିଲ୍‍ ପାରିତ ହୋଇସାରିଛି। ରାଜ୍ୟସଭାରେ ଗତ ବଜେଟ ଅଧିବେଶନ ଓ ମୌସୁମୀ ଅଧିବେଶନରେ ସରକାର ବିଲକୁ ପାରିତ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ।
କଂଗ୍ରେସ ତିନି ତଲାକ ବିଲକୁ ଅଟକାଇବାକୁ ଲଗାତାର ଉଦ୍ୟମ କରୁଥିବା ବିଜେପି ଅଭିଯୋଗ କରି ଆସୁଛି। ଖୋଦ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହ ଏହାକୁ ନେଇ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ବିଲରେ ତିନି ତଲାକ ମାମଲାରେ ଅଭିଯୁକ୍ତଙ୍କୁ ଜାମିନବିହୀନ ଗିରଫ କରିବାର ନିୟମ ଥିବାବେଳେ ସଂଶୋଧନ ପରେ ଏବେ ମାଜିଷ୍ଟ୍ରେଟ ଉକ୍ତ ଅଭିଯୋଗରେ ଜାମିନ ପ୍ରଦାନ କରିପାରିବେ ବୋଲି ଉଲ୍ଲେଖ କରାଯାଇଛି। ଏହା ବ୍ୟତୀତ ପ୍ରମୁଖ ସଂଶୋଧନ ମଧ୍ୟରୁ ପୀଡ଼ିତାଙ୍କ ପକ୍ଷ ଶୁଣିବା ପରେ ବିଚାରପତି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନର ନିୟମ ରହିଛି। ପୀଡ଼ିତାଙ୍କ ପରିବାର ଓ ସମ୍ପର୍କୀୟ କେବଳ ଅଭିଯୋଗ ଦାଖଲ କରିପାରିବେ। ବିଚାରପତି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଆପୋସ ସମାଧାନ କରି ବୈବାହିକ ସମ୍ପର୍କକୁ ବାହାଲ କରିବାକୁ ଉଦ୍ୟମ କରିପାରିବେ। ତିନି ତଲାକ ପୀଡ଼ିତାଙ୍କୁ ଏକକାଳୀନ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ଆଇନ୍‍ରେ ସର୍ତ୍ତ ରହିଛି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories