ରାଜଧାନୀରେ ୧୨ ତାରିଖରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ
ଭୁବନେଶ୍ୱର – ରାଜଧାନୀ ଭୁବନେଶ୍ୱରରେ ଫେବ୍ରୁଆରୀ ୧୨ ତାରିଖରୁ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ସମ୍ପୂର୍ଣ୍ଣ ଟିକା ନେଇଥିବା ବ୍ୟକ୍ତି ଲିଙ୍ଗରାଜ ମନ୍ଦିରରେ ଦର୍ଶନ କରିପାରିବେ । ଲିଙ୍ଗରାଜ ମନ୍ଦିରରେ ଥରକେ ୧୦୦ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ।
ଟିକା ପ୍ରମାଣ ପତ୍ର ସହ ଭୋଟର ଆଇଡି କିମ୍ବା ଆଧାର ଦେଖାଇ ଦ୍ରଶନ କରିପାରିବେ । ୧୫ ବର୍ଷରୁ କମ୍ ବର୍ଷର ପିଲା ଆଇଡି ପ୍ରୁଫ୍ ବା ପ୍ରମାଣ ପତ୍ର ଦେଖାଇ ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କରିପାରିବେ ।
ମନ୍ଦିର ସହ ମସଜିଦ୍, ଚର୍ଚ୍ଚ ଏବଂ ଗୁରୁଦ୍ୱାରକୁ ଖୋଲିବା ପାଇଁ ବିଏମ୍ସି ଅନୁମତି ଦେଇଛି । ପୂଜା କାର୍ଯ୍ୟରେ ନିୟୋଜିତ ସମସ୍ତଙ୍କୁ ସମ୍ପୂର୍ଣ୍ଣ ଟିକା କରଣ ପାଇଁ ନିର୍ଦେଶ ଦିଆଯାଇଛି ।
Comments are closed.