www.samajalive.in
Sunday, December 14, 2025
26.1 C
Bhubaneswar

ପରିବହନରେ ଭିନ୍ନକ୍ଷମଙ୍କୁ ମିଳିବ ସ୍ୱତନ୍ତ୍ର ସୁବିଧା

ଭୁବନେଶ୍ବର: ପରିବହନ କ୍ଷେତ୍ରରେ ଭିନ୍ନକ୍ଷମ ବର୍ଗର ବ୍ୟକ୍ତି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗମନାଗମନ କ୍ଷେତ୍ରରେ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଭିନ୍ନକ୍ଷମ ବର୍ଗର ବ୍ୟକ୍ତିଙ୍କୁ ସରକାରୀ ପରିବହନରେ କିଭଳି ବିଶେଷ ସୁବିଧା ମିଳିପାରିବ ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି।
ଭିନ୍ନକ୍ଷମଙ୍କ ପାଇଁ ପରିବହନରେ ସ୍ବତନ୍ତ୍ର ବ୍ୟବସ୍ଥା ଲାଗି ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ବିଭିନ୍ନ ରାଜ୍ୟକୁ ମାର୍ଗଦର୍ଶିକା ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରଖିବାକୁ ପଦକ୍ଷେପ ଗ୍ରହଣ ନିମନ୍ତେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଅଧ୍ୟକ୍ଷ ଏବଂ ପରିବହନ କମିଶନରଙ୍କୁ ଅବଗତ କରାଯାଇଛି। ସରକାରୀ ପରିବହନ ବ୍ୟବସ୍ଥାରେ ୨୫ ପ୍ରତିଶତ ଭିନ୍ନକ୍ଷମଙ୍କ ପାଇଁ ପ୍ରବେଶ ମାର୍ଗ ରଖିବାର ବ୍ୟବସ୍ଥା କରିବାକୁ ଏହି ମାର୍ଗଦର୍ଶିକାରେ କୁହାଯାଇଛି। ସମସ୍ତ ବସପୋଷ୍ଟ ଓ ଟର୍ମିନାଲ ମଧ୍ୟ ଭିନ୍ନକ୍ଷମଙ୍କ ପାଇଁ ପ୍ରବେଶ ମାର୍ଗ ବ୍ୟବସ୍ଥା କରିବା ସହିତ ଭିନ୍ନକ୍ଷମଙ୍କ ନିମନ୍ତେ ଲାଇସେନ୍ସ ଓ ପଞ୍ଜୀକରଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ ସ୍ଥିର ହୋଇଛି। ଦେଶର ବିଭିନ୍ନ ରାଜ୍ୟଗୁଡ଼ିକରେ ଦୁର୍ଘଟଣା ହାର ବଢ଼ିଥିବାରୁ ଏହାର ପ୍ରତିକାର ବ୍ୟବସ୍ଥା ବାହାର କରିବାକୁ ନିର୍ଦେଶ ଦିଆଯାଇଛି। ସରକାରୀ ବସ ପରିବହନ କ୍ଷେତ୍ରରେ ୨୫ପ୍ରତିଶତ ଭିନ୍ନକ୍ଷମଙ୍କ ପାଇଁ ଯାତ୍ରା ସୁବିଧା ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ସରକାରୀ ବସରେ ଭିନ୍ନକ୍ଷମମାନେ ଯେପରି ହୁଇଲ ଚେୟାରେ ପ୍ରବେଶ କରିାରିବେ, ବସ ଷ୍ଟେସନ ଓ ଟର୍ମିନାଲରେ ସହଜରେ ଚଳାଚଳ କରିପାରିବେ ସେଥିପାଇଁ ବିଶେଷ ଦୃଷ୍ଟି ଦେବାକୁ ନିର୍ଦେଶ ଜାରି ହୋଇଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories