www.samajalive.in
Sunday, December 14, 2025
26.1 C
Bhubaneswar

ଧାନ ବସ୍ତା ରଖି ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

ପାଟଣା: ବିଭିନ୍ନ ସରକାରୀ ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଚାଷୀ ଅସନ୍ତୋଷକୁ ତୀବ୍ର କଲାଣି। ଘଟଣାକ୍ରମରେ ଆଜି ପାଟଣା ବ୍ଲକ ଅନ୍ତର୍ଗତ ଚେମଣା ଧାନ ମଣ୍ଡିରେ ୧୨୦ ଜଣ ଚାଷୀ ଧାନ ବିକ୍ରି ପାଇଁ ଜମା କରି ରଖିଥିବା ବେଳେ ଅପରାହ୍ନ ୪ଟା ସୁଦ୍ଧା ଧାନ କିଣାର ନାଁ ଗନ୍ଧ ନଥିବାରୁ ବାଧ୍ୟ ହୋଇ ଚାଷୀ ମାନେ ଟୋକନ ଲାପ୍ପ ହେବା ଆଶଙ୍କାରେ ଚେମଣାରେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଯାହା ଫଳରେ ଗୁରୁତ୍ୱପୂର୍ଣ୍ଣ ମୁମ୍ବାଇ – କଲିକତା ଜାତୀୟ ରାଜପଥର ଚେମଣା ଛକର ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଠିଆ ହୋଇ ରହିଛି। ଖବର ପାଇ ତୁରୁମୁଙ୍ଗା ଥାନାଧିକାରୀ ମଦନ ମୋହନ ନାଏକ ସଦଳ ବଳେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିବା ଜାତୀୟ ରାଜପଥ ଅବରୋଧ ସନ୍ଧ୍ୟା ସାଢେ଼ ୭ଟା ଯାଏଁ ଅବରୋଧ ରହିଥିବା ଜଣାପଡିଛି। ବିଜେପି ନେତା ତଥା ୨୧ ନମ୍ୱର ଜିଲ୍ଲା ପରିଷଦ ପ୍ରାର୍ଥୀ ସତ୍ୟବ୍ରତ ନାଏକ, ଖିରେଇଟାଙ୍ଗିରୀ ସରପଞ୍ଚ ବନଜ କୁମାର ନାଏକ ଓ ଚେମଣା ସମିତି ସଭ୍ୟ ପ୍ରାର୍ଥୀ ମନୋଜ କୁମାର ମହାନ୍ତ ଚାଷୀଙ୍କ ସମର୍ଥନରେ ଅବରୋଧ ସ୍ଥଳରେ ଉପସ୍ଥିତ ଅଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories