www.samajalive.in
Monday, December 15, 2025
27.1 C
Bhubaneswar

ଆଙ୍କୁଲି ପଞ୍ଚାୟତରେ ପୁଣି ସରପଞ୍ଚ ପାଇଁ ନାମାଙ୍କନପତ୍ର ଦାଖଲ, ନମିତା ନାଇକ ହେଲେ ଅପ୍ରତିଦ୍ବନ୍ଦୀ

ପାତ୍ରପୁର: ପାତ୍ରପୁର ବ୍ଳକର ତୃତୀୟ ସରପଞ୍ଚ ଭବେ ଆଙ୍କୁଲି ପଞ୍ଚାୟତରେ ନମିତା ନାଇକ ଅପ୍ରତିଦ୍ୱନ୍ଦ୍ବୀ ହୋଇଥିବା ଜଣା ପଡ଼ିଛି। ପ୍ରଥମ ଥର ସରପଞ୍ଚ ପାଇଁ ନାମାଙ୍କନ ଦାଖଲ ପରେ ଉତ୍ୟକ୍ତ ଜନତା ନାମାଙ୍କନ ପତ୍ର ସଂରଯଣକୁ ବିରୋଧ କରିଥିଲେ ଓ କେହି ନାମାଙ୍କନପତ୍ର ଦାଖଲ କରିନଥିଲେ। ଏହାପରେ ପୁଣିଥରେ ନିର୍ବାଚନ କମିଶନ ଆଙ୍କୁଲି ପଞ୍ଚାୟତରେ ନାମାଙ୍କନଦାଖଲ ପାଇଁ ନିର୍ଦ୍ଦେଶ ଦେଇଥଇଲେ। ଫଳରେ ଆଙ୍କୁଲି ପଞ୍ଚାୟତରେ ପୁଣି ନାମାଙ୍କନ ଦାଖଲ ହୋଇଥିଲା ଏବଂ ନମିତା ଜଣେ ମାତ୍ର ପ୍ରାର୍ଥୀ ଭବେ ସରପଞ୍ଚ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଫଳରେ ଆଙ୍କୁଲି ସରପଞ୍ଚ ପଦ ପାଇଁ ନମିତା ନାଇକ ଅପ୍ରତିଦ୍ବନ୍ଦ୍ବୀ ରହିଛନ୍ତି ଏବଂ ସେ ସରପଞ୍ଚ ହେବା ନିଶ୍ଚିତ ହୋଇଥିଯାଇଛି। କେବଳ ନିର୍ବାଚନ ଅଧିକାରୀଙ୍କ ଘୋଷଣାକୁ ଅପେକ୍ଷା ରହିଛି।
ପୂର୍ବରୁ ଏହି ବ୍ଳକର ଗୁଡିପଦରରେ ଶ୍ରୀଦେବୀ ସେଠୀ ଏବଂ ଖରଣୀପଡାରେ ଜିତେନ୍ଦ୍ର କୁମାର ପଣ୍ଡା ଅପ୍ରତୀଦ୍ବନ୍ଦ୍ବୀ ହୋଇଥିବା ବେଳେ ତୃତୀୟ ସରପଞ୍ଚ ଭବେ ନମିତା ଅପ୍ରତୀଦ୍ବନ୍ଦ୍ବୀ ହୋଇଛନ୍ତି।

 

- Advertisement -

ଆଙ୍କୁଲି ପଞ୍ଚାୟତରେ ବହୁ ଆଦିବାସୀ ବର୍ଗର ଲୋକମାନେ ବସବାସ କରନ୍ତି। ତେବେ ଏହି ପଞ୍ଚାୟତର ସରପଞ୍ଚ ପଦବୀ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ରହିଛି। ତେବେ ଏହାକୁ ନେଇ ଆଦିବାସୀମାନେ ବିରୋଧ କରି ସରପଞ୍ଚ ଏବଂ ୱାର୍ଡ ପ୍ରାର୍ଥୀ ନଦେବାକୁ ସ୍ଥିର କରିଥିଲେ। ପ୍ରଥମ ଥର ନାମାଙ୍କନ ପତ୍ର ଦାଖଲ ବେଳେ କେହି ୱାର୍ଡ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିନଥିଲେ। ତେବେ ଦ୍ୱିତୀୟଥର ସମସ୍ତେ ୧୨ୱାର୍ଡ ସଭ୍ୟ ନାମାଙ୍କନ ଦାଖଲ କରିଥିବା ବେଳେ ନଅ ଜଣ ଅପ୍ରତୀଦ୍ବନ୍ଦୀ ହୋଇଥିବା ଜଣାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories