www.samajalive.in
Wednesday, December 10, 2025
16.1 C
Bhubaneswar

ଛାଡ଼ପତ୍ର ଆବେଦନ କଲେ ଇନ୍ଦ୍ରାଣୀ-ପିଟର ମୁଖାର୍ଜୀ

ମୁମ୍ବଇ : ଝିଅ ସିନା ବୋରା ହତ୍ୟାକାଣ୍ଡରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଓ ସ୍ୱାମୀ ପିଟର ମୁଖାର୍ଜୀ ୧୬ବର୍ଷର ସମ୍ପର୍କ ତୁଟାଇବାକୁ ଯାଉଛନ୍ତି। ମଙ୍ଗଳବାର ଉଭୟ ସ୍ଥାନୀୟ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ଏଥିରେ ସଂଲଗ୍ନ ତାଲିକା ଅନୁସାରେ ସେମାନଙ୍କର ଦେଶରେ ଓ ଦେଶ ବାହାରେ ସ୍ଥାୟୀ ଓ ଚଳନ୍ତି ବ୍ୟାଙ୍କ ଜମା ରାଶି ୫୩କୋଟି ଟଙ୍କା ଥିବାବେଳେ ଇଂଲଣ୍ଡର ଲଣ୍ଡନ ଓ ବ୍ରିଷ୍ଟଲ, ସ୍ପେନ୍‍ର ମାରାବେଲା ଏବଂ ଗୋଆ ଇତ୍ୟାଦି ସ୍ଥାନରେ ଅଟ୍ଟାଳିକା, ଅଳଙ୍କାର, ଆସବାବପତ୍ର, କଳାକୃତି ଇତ୍ୟାଦି ରହିଛି; ଯାହାର ଭାଗବଣ୍ଟା ହେବ। ଏହାଛଡ଼ା ମୁମ୍ବଇର ୱର୍ଲିଠାରେ ଥିବା ଫ୍ଲାଟ ତଥା ଲୋୟର ପାରେଲରେ ଥିବା କାର୍ଯ୍ୟାଳୟ କୋଠା ମଧ୍ୟ ଭାଗବଣ୍ଟା ହେବ। ଭାରତ, ସ୍ପେନ୍‍, ଇଂଲଣ୍ଡ, ନ୍ୟୁଜିଲାଣ୍ଡରେ ସେମାନଙ୍କର ବ୍ୟାଙ୍କ ଏକାଉଣ୍ଟ ରହିଛି। ବ୍ୟାଙ୍କ ଲକରରେ ଦାମୀ ଘଣ୍ଟା ଓ ବିପୁଳ ଅଳଙ୍କାର ଜମା ରହିଛି। ଉଲ୍ଲେଖଯୋଗ୍ୟ ଯେ ପିଟର ଓ ଇନ୍ଦ୍ରାଣୀ ୨୦୦୨ରେ ପରସ୍ପରଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ୨୦୧୫ରୁ ଇନ୍ଦ୍ରାଣୀ ସ୍ଥାନୀୟ ବାଇକୁଲା ଓ ପିଟର ଆର୍ଥର ରୋଡ ଜେଲ୍‍ରେ ରହିଛନ୍ତି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories