www.samajalive.in
Monday, December 8, 2025
27.1 C
Bhubaneswar

ନିମ୍ନ ଅଦାଲତରେ ୧୦ବର୍ଷରୁ ଊର୍ଦ୍ଧ୍ବ କାଳଧରି ପଡ଼ିରହିଛି ୨୨ଲକ୍ଷ ମାମଲା

ନୂଆଦିଲ୍ଲୀ : ଦେଶର ବିଭିନ୍ନ ନିମ୍ନ ଅଦାଲତରେ ବର୍ଷବର୍ଷ ଧରି ପଡ଼ିରହିଛି ୨୨ଲକ୍ଷରୁ ଅଧିକ ମାମଲା। ସୁପ୍ରିମକୋର୍ଟ ଦ୍ୱାରା ଗଠିତ ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରୀଡ୍‍(ଏନ୍‍ଜେଡିଜି) ତଥ୍ୟ ଅନୁସାରେ ଚଳିତ ମାସ ୧୭ତାରିଖ ସୁଦ୍ଧା ୧୦ବର୍ଷରୁ ଅଧିକ କାଳ ଧରି ବିଚାରାଧୀନ ରହିଥିବା ମାମଲା ସଂଖ୍ୟା ୨୨ଲକ୍ଷ ୯୦ହଜାର ୩୬୪। ଏଭୁଡ଼ିକ ସିଭିଲ ଓ ଅପରାଧ ମାମଲା। ଦେଶର ୨୪ ଉଚ୍ଚ ନ୍ୟାୟାଳୟକୁ ମିଶାଇଲେ ମୋଟ ଅଢ଼େଇ କୋଟି ମାମଲା ବିଚାରାଧୀନ ରହିଥିବାବେଳେ ନିମ୍ନ ଅଦାଲତର ଉପରୋକ୍ତ ମାମଲା ସଂଖ୍ୟା ୮.୨୯ପ୍ରତିଶତ। ସେଥିମଧ୍ୟରୁ ୫ଲକ୍ଷ ୯୭ହଜାର ୫୯୫ ସିଭିଲ ଓ ୧୬ଲକ୍ଷ ୯୨ହଜାର ୭୬୯ଅପରାଧ ମାମଲା ବୋଲି ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ପୁରୁଣା ମାମଲାଗୁଡ଼ିକର ଆବଶ୍ୟକ ଯାଞ୍ଚ ସହିତ ତୁରନ୍ତ ସମାଧାନ କରିବାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କୁ ଚିଠି ଲେଖାଯାଇଛି। ଏହାଛଡ଼ା ଫାଷ୍ଟ୍ରଟ୍ରାକ୍‍ କୋର୍ଟରେ ଏଗୁଡ଼ିକର ତ୍ୱରିତ ବିଚାର ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories