www.samajalive.in
Wednesday, December 10, 2025
23.1 C
Bhubaneswar

ବିଜେପି ନେତା ବଳାତ୍କାର ପାଇଁ ରାଜି ହେଲେ ୨୦ଲକ୍ଷ ଟଙ୍କା ଦେବି: ଆପ୍‍ ବିଧାୟକ

ଚଣ୍ଡିଗଡ଼ : ହରିୟାଣାରେ ମେଧାବୀ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲାକୁ ନିନ୍ଦା କରିବାକୁ ଯାଇ ରାଜ୍ୟର ଆମ୍‍ ଆଦ୍‍ମୀ ପାର୍ଟି(ଆପ୍‍) ବିଧାୟକ ନବୀନ ଜୟହିନ୍ଦ୍‍ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହି ଘଟଣାରେ ରାଜ୍ୟର ବିଜେପି ସରକାରଙ୍କ ଭୂମିକାକୁ ନିନ୍ଦା କରିବାକୁ ଯାଇ ନବୀନ କହିଛନ୍ତି ଯେ ‘ବିଜେପି ବିଧାୟକମାନେ ବଳାତ୍କାରଜନିତ ଦୁଃଖ ବୁଝିପାରୁନାହାନ୍ତି। ପ୍ରତ୍ୟେକ ବିଜେପି ବିଧାୟକ ୧୦ଜଣଙ୍କ ଦ୍ୱାରା ବଳାତ୍କାର ହେବାକୁ ରାଜି ହେଲେ ମୁଁ ସେମାନଙ୍କୁ ୨୦ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ଅଛି। ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି। ସରକାର ଭାବୁଛନ୍ତି ଯେ ବଳାତ୍କାର ଶିକାର ଝିଅର ଇଜ୍ଜତର ମୂଲ୍ୟ ମାତ୍ର ୨ଲକ୍ଷ ଟଙ୍କା। ସରକାର ସପ୍ତାହକ ପରେ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଧରିପାରୁ ନଥିବାବେଳେ ପୀଡ଼ିତାକୁ ୨ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବା ହାସ୍ୟାସ୍ପଦ।’ ଏହି ଅବସରରେ ନବୀନ ମନୋହରଳାଲ ଖଟ୍ଟର ସରକାରଙ୍କୁ କୌରବଙ୍କ ସହିତ ତୁଳନା କରିଛନ୍ତି। ହରିୟାଣା କୌରବଭ୍‍କ ଶାସନାଧୀନ ଥିଲାବେଳେ ଖଟ୍ଟର ଧୃତରାଷ୍ଟ୍ର ଭଳି ଶାସନ କରୁଛନ୍ତି ବୋଲି ସେ କହିଛନ୍ତି। ଆମ୍‍ ଆଦ୍‍ମୀ ପାର୍ଟିର ଅନ୍ୟ ଜଣେ ବିଧାୟକ ଅତିଶି ମାର୍ଲେନା ନବୀନଙ୍କୁ ସମର୍ଥନ କରିଛନ୍ତି। ନବୀନ ଯାହା କହିଛନ୍ତି ଠିକ୍‍; କିନ୍ତୁ ତାଙ୍କାର କହିବା ଶୈଳୀ ଅନୁଜଚିତ ବୋଲି ସେ ମତ ଦେଇଛନ୍ତି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories