www.samajalive.in
Saturday, December 13, 2025
18.1 C
Bhubaneswar

ବୌଦ୍ଧ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ବାଟବଣା

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କଂରଜକଟା ପଂଚାୟତ ଅର୍ନ୍ତଗତ କଂରଜକଟା-ରତନପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନକୁ ନେଇ ଜାମ୍ମୁପଦର ଗାଁ ଲୋକେ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି। ରାସ୍ତାକାର୍ଯ୍ୟ ବନ୍ଦ କରିବା ସହିତ ଯନ୍ତ୍ରୀଙ୍କ ଉପସ୍ଥିତିରେ ସଠିକ୍‍ କାର୍ଯ୍ୟ କରିବାକୁ ଦାବୀ କରିଛନ୍ତି। ପୂର୍ତବିଭାଗ ରାସ୍ତାଠାରୁ ଜାମ୍ମୁପଦର ପର୍ଯ୍ୟନ୍ତ ଦୀର୍ଘ ୭କିଲୋମିଟର ରାସ୍ତା ନିର୍ମାଣାଧିନ ରହିଛି।

ପ୍ରକାଶ ଯେ, ଗ୍ରାମ୍ୟ ନିର୍ମାଣ ବିଭାଜନ ବୌଦ୍ଧ ଅଧିନରେ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୩୯୪.୮୯ଲକ୍ଷ ଟଙ୍କା ବ୍ୟୟବରାଦରେ ପୂର୍ତବିଭାଗ ରାସ୍ତାଠାରୁ ଜାମ୍ମୁପଦର ପର୍ଯ୍ୟନ୍ତ ଦୀର୍ଘ ୭କିମି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ୨୨ଜାନୁୟାରୀ ୨୦୨୧ରୁ କାର୍ଯ୍ୟ ଆରମ୍ଭ ହୋଇ ୨୨ଜାନୁୟାରୀ୨୦୨୨ ଏକ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷପାଇଁ ସମୟ ଧାର୍ଯ୍ୟ ରହିଛି। ମାତ୍ର ଏକ ବର୍ଷ ପରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଅନ୍ୟପଟେ ଦୀର୍ଘ ୭କିମି ରାସ୍ତା ମଧ୍ୟରୁ ରତନପୁରଠାରୁ ଜାମ୍ମୁପଦର ପର୍ଯ୍ୟନ୍ତ ଦୀର୍ଘ ୧୮ଶହ ମିଟର ପିଚୁ କାର୍ଯ୍ୟ ଶେଷ ହୋଇଛି। ପିଚୁ କାର୍ଯ୍ୟ ଶେଷର ପନ୍ଦରଦିନ ପରେ ବି ହାତ ମାରିଲେ ରାସ୍ତାରୁ ବଜୁରୀ ବିଛା ପିଚୁ ଉଠିଯାଉଛି। ଅତ୍ୟନ୍ତ ନିମ୍ନମାନର ପିଚୁରେ ରାସ୍ତା ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି। ଏହାର ନିର୍ମାଣ କାର୍ଯ୍ୟ ଯନ୍ତ୍ରୀ ଠିକାଦାର ମଧୁଚନ୍ଦ୍ରିକାରେ ଚାଲିଥିବା ସ୍ଥାନୀୟ ଯୁବ ସଚେତନ ନାଗରିକ ବିପିନ ଠାକୁର, ଅକ୍ଷୟ ଦାସ, ଗଗନ ଦେହୁରୀ, ବାଦଲ ବେହେରା, ସୌରଭ ଦାସ, ଉତ୍କଳ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ତୁରନ୍ତ ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବୀ ହେଉଛି।

- Advertisement -

 

 

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories