www.samajalive.in
Sunday, December 14, 2025
15.1 C
Bhubaneswar

କୋଟିଆରେ ଫଳିଲା ଷ୍ଟ୍ରବେରୀ

କୋରାପୁଟ : ମାଳଭୂମି କୋରାପୁଟ ଜିଲାର କୋଟିଆ ଗ୍ରାମ ପଞ୍ଚାୟତର ଡୋଳିଆମ୍ବଠାରେ ପ୍ରଥମ ଥର ପାଇଁ ଷ୍ଟ୍ରବେରୀ ଫଳ ଫଳିଛି । ଗତ ୩ ମାସ ତଳେ କୋଟିଆ ଅଞ୍ଚଳରେ ଜିଲା ପ୍ରଶାସନ ପକ୍ଷରୁ ଜିଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ​ଡୋଳିଆମ୍ବ ଅଞ୍ଚଳରେ ଉକ୍ତ ଚାଷ ପାଇଁ ଉପଯୁକ୍ତ ଜଳବାୟୁ ଥିବା ଚିହ୍ନଟ କରାଯାଇଥିଲା । ପରେ ୫ ଏକର ଜମିରେ ଚାଷ କରାଯାଇଥିଲା। ଏପ୍ରିଲରୁ ଉତ୍ପାଦନ ଲକ୍ଷ୍ୟ ରଖାଯାଇ ଥିଲା। ବର୍ତ୍ତମାନ ଷ୍ଟ୍ରବେରୀ ଫଳ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଗାଁର ୩ଟି ସ୍ବୟଂହାୟକ ଗୋଷ୍ଠୀ ସମେତ ପ୍ରାୟ ୪୫ ଘରର ଲୋକେ ଷ୍ଟ୍ରବେରୀ ଚାଷ କରିବା ପାଇଁ ଜମି ପ୍ରସ୍ତୁତ କରିଥିଲେ। ପୁନେରୁ ଉନ୍ନତଧରଣର ଚାରା ଅଣାଯାଇ ଚାଷରେ ବ୍ୟବହୃତ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରାଯାଉଥିବା ଜଣାପଡିଛି। ମାର୍ଚ୍ଚ, ଏପ୍ରିଲ ସୁଦ୍ଧା ଉତ୍ପାଦନ ଲକ୍ଷ୍ୟ ରଖିଛି ପ୍ରଶାସନ। ବିକ୍ରିବଟା ବ୍ୟବସ୍ଥା ମଧ୍ୟ ପ୍ରଶାସନ କରିବ ବୋଲି ଜଣାପଡିଛି। ଆଗକୁ ଭବିଷ୍ୟତରେ କୋରାପୁଟ କଫି ଭଳି କୋରାପୁଟ ଷ୍ଟ୍ରବେରୀ ମଧ୍ୟ ସୁନାମ ଆଣିବ ବୋଲି କୁହାଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories