www.samajalive.in
Tuesday, December 9, 2025
17.1 C
Bhubaneswar

ନିୟମିତ ପିଅନ୍ତୁ ଏହି ପାତ୍ରରେ ପାଣି ; ମିଳିଥାଏ ଆଶ୍ଚର୍ଯ୍ୟଜନକ ଲାଭ

ନିୟମିତ ମାଠିଆ କିମ୍ବା ମାଟି ପାତ୍ରର ପାଣି ପିଇଲେ ଏସିଡ଼ିଟି ସଂପୂର୍ଣ୍ଣ ଭାବେ କମିଯାଇଥାଏ।
ନିୟମିତ ଏହାର ପାଣି ପିଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।
ହଜମ କ୍ରିୟାକୁ ଏହା ସୂଚାରୁ ରୂପେ କାର୍ୟ୍ୟ କରିବାକୁ ସାହାଯ୍ୟ କରିଥାଏ।
ମାଠିଆରେ ପାଣି ରଖିଲେ ତାହା ଜୀବାଣୁ ମୁକ୍ତ ହୋଇଯାଏ। ଏତଦ୍‍ ବ୍ୟତୀତ ପାଣିର ସମସ୍ତ ଆବଶ୍ୟକ ପୋଷକ ତତ୍ତ୍ୱ ଏହି ପାଣିରେ ରହିଥାଏ।
ଏହି ପାଣି ପିଇବା ଦ୍ୱାରା ପେଟ ଥଣ୍ଡା ହୋଇଥାଏ।
ଏହାର ପାଣିକୁ ନିୟମିତ ପିଇବା ଦ୍ୱାରା ପେଟ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
ମାଠିଆକୁ ରଙ୍ଗ ପାଇଁ ଗେରୁଆ ରଙ୍ଗ ବ୍ୟବହୃତ ହୋଇଥାଏ। ଯାହା ପାଣିକୁ ଉପଯୁକ୍ତ ପରିମାଣରେ ଥଣ୍ଡା କରେ। ଏହି ପାଣିକୁ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ, ଗ୍ୟାଷ୍ଟ୍ରିକ ଭଳି ବିଭିନ୍ନ ରୋଗରୁ ଶରୀରକୁ ରକ୍ଷା କରିଥାଏ।

ତମ୍ବା ପାତ୍ରରେ ରାତିରେ ପାଣି ରଖି ତା’ ପର ଦିନ ପିଇବା ଦ୍ବାରା ସମସ୍ତ ପ୍ରକାର ପୁଷ୍ଟିଯୁକ୍ତ ପୋଷକ ତତ୍ତ୍ବ ମିଳିଥାଏ। ଏହାସହ ତମ୍ବା ପାତ୍ରରେ ପାଣି ରଖିବା ଦ୍ବାରା ସମସ୍ତ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ।

- Advertisement -

ତମ୍ବା ପାତ୍ରରେ ପାଣି ରଖି ପିଇବାର ଲାଭ :

ତମ୍ବା ପାତ୍ରରେ ପାଣି ରଖି ପିଇବା ଦ୍ବାରା ପେଟରେ ସଂକ୍ରମଣ ଦ୍ବାରା ହେଉଥିବା ରୋଗରୁ ମୁକ୍ତି ମିଳିଥାଏ। ଏହାଦ୍ବାରା ହଜମ ପ୍ରକ୍ରିୟା ସଠିକ ଭାବେ ହୋଇଥାଏ। ଏହାସହ ଯକୃତ ଓ ବୃକକ୍ ମଧ୍ୟ ଠିକ୍ ଭାବେ କାର୍ୟ୍ୟ କରିଥାଏ।
ମୁହଁରେ କୁଞ୍ଚନ ସୃଷ୍ଟି ହେଉଥିଲେ ତମ୍ବା ପାତ୍ରରେ ପାଣି ରଖି ପିଅନ୍ତୁ। ତମ୍ବାରେ ଅଧିକ ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ମୁହଁର ସୌନ୍ଦର୍ୟ୍ୟ ବୃଦ୍ଧି କରିଥାଏ।

ଆଜିକାଲି ଅଧିକ ଲୋକ ହୃଦଘାତର ଶିକାର ହେଉଛନ୍ତି। ତେଣୁ ହୃଦଘାତ ରୋଗ ଥିବା ବ୍ୟକ୍ତିମାନେ ତମ୍ବା ପାତ୍ରରେ ପାଣି ରଖି ପିଇବା ଉଚିତ। ଏପରି କରିବା ଦ୍ବାରା ହୃଦଘାତ ହେବାର ସମ୍ଭାବନା କମ ହୋଇଥାଏ।

ତମ୍ବା ପାତ୍ରରେ ପାଣି ପିଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରିତ ହେବା ସହ କୋଲେଷ୍ଟ୍ରୋଲ ସ୍ତର ମଧ୍ୟ କମ୍ ହୋଇଥାଏ।

ତମ୍ବା ପାତ୍ରରେ ପାଣି ପିଇବା ଦ୍ବାରା ଓଜନ ନିୟନ୍ତ୍ରଣ ହୋଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories