www.samajalive.in
Saturday, December 6, 2025
26.1 C
Bhubaneswar

ମସଲା ଦହି ଚାଟ୍‍

ଆବଶ୍ୟକ ସାମଗ୍ରୀ
ଦହି – ୧କପ
କଳାଲୁଣ – ଅଳ୍ପ
ଚିନି – ୧ ଚାମଚ
ଲଙ୍କା ଗୁଣ୍ଡ – ଅଳ୍ପ
ବଟା କଞ୍ଚାଲଙ୍କା – ଅଳ୍ପ
ତେନ୍ତୁଳି ଚଟଣି – ଅଳ୍ପ ( ଅଳ୍ପ ଚିନି ମିଶା )
କଟା ସେଓ – ୧ଟି
ଧନିଆ ପତ୍ର – ଅଳ୍ପ
ଛଣା ସେଓ – ଅଳ୍ପ
ଛଣା ଗୁପଚୁପ – ଆବଶ୍ୟକ ପରିମାଣରେ
ସିଝା ଆଳୁ – ୨ଟି
ଚାଟ୍‍ ମସଲା – ୧ଚାମଚ
ଲେମ୍ବୁ ରସ – ୧ଚାମଚ
କଟା ପିଆଜ – ୨ଟି
ଲୁଣ– ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ଆଳୁ, ଚାଟ୍‍ ମସଲା, ଲେମ୍ବୁ ରସ ମିଶାଇ ଚକଟି ଦିଅନ୍ତୁ। ଅନ୍ୟ ଆଉ ଏକ ପାତ୍ରରେ ଦହି, କଳାଲୁଣ, ଚିନିକୁ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଆଉ ଏକ ପାତ୍ରରେ ଗୋଟେ ଗୋଟେ ଗୁପଚୁପ ରଖି ତା’ର ମଝି ଅଂଶକୁ କଣା କରନ୍ତୁ। କଣା କରିବା ପରେ ତା’ମଧ୍ୟରେ ଆଳୁ ମିଶ୍ରଣକୁ ରଖନ୍ତୁ। ଏହା ଉପରେ ଦହି, ଚାଟ୍‍ ମସଲା , କଟା ସେଓ, ମିଠା ଖଟା ତେନ୍ତୁଳି ଚଟଣି, ଲୁଣ, ପିଆଜ, ଲଙ୍କା ଗୁଣ୍ଡ,ଧନିଆ ପତ୍ର, ଛଣା ସେଓ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ଦହି ଚାଟ୍‍ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories