www.samajalive.in
Sunday, December 7, 2025
18.1 C
Bhubaneswar

ୟୁକ୍ରେନ-ରୁଷ୍‌ ବିବାଦ ତୀବ୍ର : ଅତିରିକ୍ତ ୩ହଜାର ସୈନ୍ୟ ପଠାଇବା ପ୍ରସ୍ତାବକୁ ବାଇଡେନଙ୍କ ମଞ୍ଜୁରୀ

ୱାଶିଂଟନ : ବିଦେଶ ମାଟିରେ ଆମେରିକା ସୈନ୍ୟଙ୍କ ଉପସ୍ଥିତି ପୁଣିଥରେ ବୃଦ୍ଧି ପାଇବାକୁ ଯାଉଛି। କିଛିମାସ ପୂର୍ବେ ଲଜ୍ଜାଜନକ ଭାବେ ଆଫଗାନିସ୍ତାନରୁ ନିଜର ସମସ୍ତ ସୈନ୍ୟକୁ ପ୍ରତ୍ୟାହାର କରି ନେଇଥିବା ଆମେରିକା ଏବେ ପୂର୍ବ ୟୁରୋପରେ ସୈନ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଯାଉଛି। ବୁଧବାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅନୁମୋଦନ କ୍ରମେ ପେଣ୍ଟାଗନ ପୂର୍ବ ୟୁରୋପକୁ ଅଧିକ ୩୦୦୦ ସୈନ୍ୟ ପଠାଇବ। ୟୁକ୍ରେନ ଦଖଲ କରିବାକୁ ରୁଷ୍‌ର ଯୋଜନାକୁ ନେଇ ଆମେରିକା ଏପରି ପଦକ୍ଷେପ ନେଇଛି। ୟୁକ୍ରେନ ଉପରେ ରୁଷ୍‌ ଆକ୍ରମଣ କରିବା ନିଶ୍ଚିତ ବୋଲି ବାଇଡେନ କହିବାର ସପ୍ତାହକ ପରେ ପୂର୍ବ ୟୁରୋପରେ ଅତିରିକ୍ତ ସୈନ୍ୟ ମୁତୟନକୁ ସେ ମଞ୍ଜୁରୀ ଦେଇଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ୍ ଏହାର ସୀମାରେ ୧ଲକ୍ଷ ସୈନ୍ୟ ମୁତୟନ କରିଥିବା ବିଷୟ ମଧ୍ୟ ଆମେରିକା କହିଛି। ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଯେ, ଖୁବ ଶୀଘ୍ର ଅତିରିକ୍ତ ସୈନ୍ୟ ପୋଲାଣ୍ଡ, ଜର୍ମାନୀ ଓ ରୋମାନିଆରେ ପହଞ୍ଚିବେ। ପେଣ୍ଟାଗନ ପ୍ରେସ ସଚିବ ଜନ କର୍ବି କହିଛନ୍ତି ଯେ, ଜର୍ମାନୀରେ ଏବେ ଥିବା ୧୦୦୦ ସୈନ୍ୟଙ୍କୁ ରୋମାନିଆ ପଠାଯିବ। ପାଶ୍ଚାତ୍ୟ ଦେଶଗୁଡିକ ରୁଷ୍‌କୁ ଏକ ଯୁଦ୍ଧ ଆଡ଼କୁ ଟାଣିନେଉଛନ୍ତି ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିବାର ଦିନ ପରେ ଆମେରିକା ଅତିରିକ୍ତ ସୈନ୍ୟ ମୁତୟନ ନିଷ୍ପତ୍ତି ନେଇଛି। ଗତ ସପ୍ତାହରେ ପୁଟିନ କହିଥିଲେ ଯେ, ରୁଷ୍‌ର ମୌଳିକ ସୁରକ୍ଷା ଦାବିକୁ ଆମେରିକା ଓ ନାଟୋ ମାନି ନାହିଁ। ନାଟୋ ଆଗରେ ରୁଷ୍‌ ରଖିଥିବା ପ୍ରମୁଖ ଦାବି ମଧ୍ୟରେ ରହିଛି ୟୁରୋପରେ ନାଟୋର ସଂପ୍ରସାରକୁ ବନ୍ଦ କରିବା। ପୂର୍ବ ୟୁରୋପରେ ଗଣସଂହାରକାରୀ ଅସ୍ତ୍ରଶସ୍ତ୍ର ମୁତୟନ ବନ୍ଦ କରିବା ତଥା ୟୁକ୍ରେନକୁ ନାଟୋର ସଦସ୍ୟତା ନଦେବା ଇତ୍ୟାଦି। କିନ୍ତୁ ନାଟୋ ଏପର୍ଯ୍ୟନ୍ତ ଏସବୁ ଦାବି ପୂରଣ କରିବାକୁ ପଦକ୍ଷେପ ନେଇ ନାହିଁ ବୋଲି ପୁଟିନ କହିଛନ୍ତି।
ଅତିରିକ୍ତ ୩ହଜାର ସୈନ୍ୟ ପଠାଇବା…

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories