www.samajalive.in
Friday, December 12, 2025
26.1 C
Bhubaneswar

ମୌଳିକ ସୁବିଧା ଅପହଞ୍ଚ, ଭୋଟ ବର୍ଜନ ପାଇଁ ଚେତାବନୀ

ମୋହନା: ଗୋବିନ୍ଦପୁର ପଞ୍ଚାୟତ ଠାରୁ ମାତ୍ର ୪ କିମି ଦୂରରେ ରହିଛି ଚାଞ୍ଚଡ଼ା ଗୁଡା ଗ୍ରାମ। ଏଠାରେ ବସବାସ କରନ୍ତି ୧୮ଘରର ୧୦୦ରୁ ଉର୍ଦ୍ଧ୍ଵ ଲୋକ। ଗାଁରେ କାହାରି ମଧ୍ୟ ନାହିଁ ପକ୍କା ଘର। ଲୋକେ ଝାଟିମାଟିର ଟିଣ ଛପର ଘରେ ଦହନୀୟ ଅବସ୍ଥାରେ ବାସ କରନ୍ତି। ଗ୍ରାମକୁ ଯିବାପାଇଁ ନାହିଁ ଭଲ ରାସ୍ତା। ଘାଟି ପାହାଡିଆ ଜଙ୍ଗଲୀ ପାଦ ଚଲା ରାସ୍ତାରେ ଗାଁ ଲୋକେ ପଞ୍ଚାୟତକୁ ଓ ବଜାର ସଉଦା କରିବାକୁ ସର୍ବଦା ଯିବା ଆସିବା କରିଥାନ୍ତି। କୌଣସି ଗର୍ଭବତୀ ମହିଳା ଓ ଜରୁରୀ ଚିକିତ୍ସା ପାଇଁ ରୋଗୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ହେଲେ ଦୋଳା କରି ୪ କିମି ନେବାପରେ ମୁଖ୍ୟ ରାସ୍ତାକୁ ଆସିଲେ ସେଠାରୁ ଗାଡିର ସୁବିଧା ମିଳିଥାଏ। ପାଠ ପଢିବା ପାଇଁ ଶିକ୍ଷାର୍ଥୀମାନେ ସର୍ବଦା ଚାଲିଚାଲି ୪କିମି ଦୂରରେ ଥିବା ଗୋବିନ୍ଦପୁର ବିଦ୍ୟାଳୟକୁ ଆସିଥାନ୍ତି ।

ଜଙ୍ଗଲରେ ହିଁସ୍ରଜନ୍ତୁଙ୍କ ଭୟ ଥିବାରୁ ଅଭିଭାବକମାନେ ଛୋଟ ଛୁଆଙ୍କୁ ପାଠପଢ଼ିବା ପାଇଁ ଛାଡ଼ୁ ନ ଥିବା କହିଛନ୍ତି। ରାସ୍ତା ପାଇଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାନୀୟ ପାଣିର ଅବସ୍ଥା ଗୁରୁତର । ଗ୍ରାମର ଉପକଣ୍ଠରେ ରହିଛି ଏକମାତ୍ର ପରିତ୍ୟକ୍ତ ଚୁଆଁ। ତାହାରି ଦୁଷିତ ଜଳକୁ ଗ୍ରାମବାସୀ, ଗାଇ, ଗୋରୁ, ଛେଳି,ମେଣ୍ଢା ପାନୀୟ ଭାବେ ବ୍ୟବହାର କରନ୍ତି।ଏହି ଦୂଷିତ ଜଳକୁ ବ୍ୟବହାର କରି ଗ୍ରାମର ବହୁ ଲୋକ ବିଭିନ୍ନ ସମୟରେ ଝାଡାବାନ୍ତି ଓ ପେଟଜନିତ ରୋଗର ଶୀକାର ହେଉଥିବା ନଜିର ରହିଛି।ମୌଳିକ ସୁବିଧା ଟିକେ ପାଇବାପାଇଁ ଗ୍ରାମବାସୀ ବିଡିଓଙ୍କୁ ୧୬ / ୧୨ରେ, ଗଜପତି ଜିଲ୍ଳାପାଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ଅଧିକାରୀଙ୍କୁ ୧୮ / ୧୨ରେ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଭୁବନେଶ୍ଵର ଅତିରିକ୍ତ ଶାସନ ସଚିବଙ୍କୁ ୧୨ / ୧୨ / ୨୦ରେ ଲିଖିତ ଅଭିଯୋଗ ଜଣାଇ ଥିଲେ ମଧ୍ୟ ୧ବର୍ଷ ମଧ୍ୟରେ କୌଣସି ସମସ୍ୟାର ସମାଧାନ ହୋଇପାରିନି।ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ଏଣୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories