www.samajalive.in
Wednesday, December 10, 2025
23.1 C
Bhubaneswar

ପୁଣି କୂଳ ଖାଇଲା ବୈତରଣୀ ନଦୀ, ଧସିଲା ୩ଶହଫୁଟର ସୁରକ୍ଷାବନ୍ଧ

ଆରଡି: ଭଦ୍ରକ ଜିଲା ଆରଡି ନିକଟସ୍ଥ ବୋଡକ ଖେଳପଡିଆ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ପୁଣି କୂଳ ଖାଇଛି। ଗତକିଛିଦିନର ବ୍ୟବଧାନ ପରେ ମଙ୍ଗଳବାର ସକାଳୁ ବୈତରଣୀନଦୀର ପ୍ରାୟ ୩ଶହ ଫୁଟର ସୁରକ୍ଷାବନ୍ଧର ମାଟି ଅତଡା ନଦୀକୁ ଧସିଯିବାରୁ କୂଳକୁ ଲାଗି ଥିବା ଶହଶହ ବର୍ଷର ୨ଟି ତାଳଗଛ ନଦୀଗର୍ଭକୁ ଭାସି ଯାଇଛି। ଏପରି ବାରମ୍ବାର ନଦୀ କୂଳ ଖାଉଥିବାରୁ ସୁରକ୍ଷାବନ୍ଧକୁ ଲାଗି ରହିଥିବା ଆଖଣ୍ଡଳମଣି କୁଆଖିଆ ୨୦ନଂ ଜାତୀୟ ରାଜପଥର ବିପଦ ଦେଖାଦେବା ସହ ପୁଣି ଅନ୍ୟ ଏକ ସ୍ଥାନରେ ରାସ୍ତା ଦବିଯିବାରୁ ଫାଟ ସୃଷ୍ଟି ହୋଇଛି। ଏହି ରାସ୍ତା ୨ଟି ପର୍ଯ୍ୟଟନସ୍ଥଳ ଆଖଣ୍ଡଳମଣିପୀଠ ଓ ମା ବିରଜାକ୍ଷେତ୍ରକୁ ସଂଯୋଗ କରୁଥିବା ବେଳେ ସ୍ଥାନୀୟ ୩୦\୩୫ଖଣ୍ଡ ଗାଁର ଲୋକ ପ୍ରତିଦିନ କଟକ_ ଭୂବନେଶ୍ବର ଆଦି ସ୍ଥାନକୁ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି। ରାସ୍ତା କ୍ରମଃଶ ନଦୀ ଆଡକୁ ଢଳୁଥିବାରୁ ବିଛିନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ୨୦ନଂ ଜାତୀୟରାଜପଥର ସୁରକ୍ଷା ପାଇଁ ଯାଜପୁର ପାଣିକୋଇଲି ଏନ.ଏଚ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ଯୟ ବରାଦ କରାଯାଉଥିବା ବେଳେ ବୈତରଣୀ ନଦୀର ସୁରକ୍ଷାବନ୍ଧ ନିର୍ମାଣ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଉଭୟ ବିଭାଗୀ ଅଧିକାରୀଙ୍କ ଅଣଦେଖା ଓ ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଯୋଗୁ ବାରମ୍ବାର ଏହିସ୍ଥାନରେ ସୁରକ୍ଷାବନ୍ଧ ଧସିବା ସହ ରାସ୍ତା ଓ ଖେଳ ପଡିଆ ନଦୀରେ ଲିନ୍ନ ହେବାକୁ ବସିଲାଣି।

 

- Advertisement -

ଫଳରେ ସ୍ଥାନୀୟ ଲୋକଙ୍କ ସହ ଆଗନ୍ତୁକ ପର୍ଯ୍ୟଟକମାନେ ନାନା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏପରିକି ଏନ.ଏଚ ବିଭାଗ ପକ୍ଷରୁ ଏକ ବୈଷୟିକ ଟିମ ରାସ୍ତାର ଅନୁଧ୍ଯାନ କରିବା ସହ ସ୍ଥାୟୀ ମରାମତି ପାଇଁ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁ କାର୍ଯ୍ୟ ଠିକ ହେଉନଥିବାରୁ ଏପରି ସମସ୍ଯା ଦେଖା ଦେଇଛି ବୋଲି କହିଛନ୍ତି ସ୍ଥାନୀୟ ଲୋକ। ଏପରି ସମସ୍ଯା ବାବଦରେ ଧାମନଗର ଜଳସେଚନ ବିଭାଗର ଏସଡିଓ ଶଙ୍କର୍ଷଣ ବେହେରାଙ୍କୁ ପଚାରିବାରୁ ଉକ୍ତ ସ୍ଥାନରେ ନଦୀର ଜୁଆର ଭଟା ହେଉଛି , ତେଣୁ ବାରମ୍ବାର ଧସୁଛି, କ୍ଷେତ୍ର ପରିଦର୍ଶନ ପରେ ମରାମତି ନିମନ୍ତେ ନିଷ୍ପତ୍ତି ନିଆଯିବ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories