www.samajalive.in
Saturday, December 6, 2025
16.1 C
Bhubaneswar

ନୀଳାଚଳ ଇସ୍ପାତ ନିଗମରେ ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସହ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ପୂର୍ବତନ ମନ୍ତ୍ରୀ ଡଃ. ଘଡାଇଙ୍କ ଦାବୀ

ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ପ୍ରତିଷ୍ଠିତ ଏକମାତ୍ର ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ୨୦୨୦ ମସିହା ମାର୍ଚ୍ଚ ମାସଠାରୁ ବନ୍ଦହୋଇ ରହିଥିବା ବେଳେ ଏହାର ପୁଞ୍ଜି ପ୍ରତ୍ୟାହାର କରି କେନ୍ଦ୍ର କ୍ୟାବିନେଟ କମିଟି ସର୍ବାଧିକ ନିଲାମ ଡାକିଥିବା ଟାଟା ଷ୍ଟିଲ୍ ଲଙ୍ଗ ପ୍ରଡକ୍ଟ ଲିମିଟେଡକୁ ୧୨,୧୦୦ କୋଟି ଟଙ୍କାରେ ବିକ୍ରି କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାକୁ ଘରୋଇ କଂପାନୀକୁ ନ ଦେଇ କୌଣସି ରାଷ୍ଟ୍ରାୟତ ଉଦ୍ୟୋଗକୁ ଦେବା ପାଇଁ କଳିଙ୍ଗ ନଗର ମଜଦୁର ୟୁନିୟନ ଏବଂ ଅନ୍ୟାନ୍ୟ ସଂଗଠନମାନେ ସଦା ସର୍ବଦା ଦାବୀ ରଖିଆସିଥିବା ବେଳେ ପରିଶେଷରେ କେନ୍ଦ୍ର ସରକାର ଏହାକୁ ନିଲାମ ମାଧ୍ୟମରେ ଘରୋଇକରଣ କରିଛନ୍ତି । ନୀଳାଚଳ ଇସ୍ପାତ ନିଗମ ନିକଟରେ ୨୫୦୦ ଏକର ଜମି, ୮୨୪ ହେକ୍ଟର ଲୌହ ଖଣି ଏବଂ ଆବଶ୍ୟକୀୟ ଭିତ୍ତିଭୂମି ଥିବା ବେଳେ ଟାଟା କଂପାନୀ ଭଳି ଏକ ବଡ ଶିଳ୍ପ ସଂସ୍ଥା ଏହାକୁ ଅଧିଗ୍ରହଣ କରିଥିବାରୁ ଏହାର ଉତ୍ପାଦନ କ୍ଷମତା ୧.୧ ମିଲିୟନ ଟନରୁ ବଢାଇ ୧୦ ମିଲିୟନ ଟନ କରିବା ସହ ଆଞ୍ଚଳିକ ଲୋକଙ୍କୁ ନିଯୁକ୍ତି ଓ ବ୍ୟବସାୟିକ କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ମଧ୍ୟ ଶ୍ରୀ ଘଡାଇ ଟାଟା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି । ଏହାଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ମଧ୍ୟ ରାଜସ୍ୱ ବୃଦ୍ଧି ହୋଇ ପାରିବ ।

ବର୍ତମାନ ପରିପ୍ରେକ୍ଷୀରେ ନୀଳାଚଳ ଇସ୍ପାତ ନିଗମକୁ ଆଜି ପର୍ଯ୍ୟନ୍ତ ଯୋଗଦାନ ଦେଇ ଆସିଥିବା ପ୍ରତ୍ୟକ୍ଷ ଭାବରେ ନିଯୁକ୍ତ ୧୫୫୦ ଏବଂ ପରୋକ୍ଷ ଭାବରେ ନିଯୁକ୍ତ ୩୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଏବଂ ବକେୟା ଦେୟ ପ୍ରଦାନ କରିବା ସହିତ ଠିକାଦାରୀ କରୁଥିବା ସମସ୍ତ ଆଂଚଳିକ ଲୋକମାନଙ୍କୁ ସୁଯୋଗ ଦେଇ ତୁରନ୍ତ କାରଖାନାକୁ କାର୍ଯ୍ୟକ୍ଷମ କରିବା ପାଇଁ ପୂର୍ବତନ ମନ୍ତ୍ରୀ ତଥା କଳିଙ୍ଗନଗର ମଜଦୁର ୟୁନିୟନର ଉପଦେଷ୍ଟା ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଏକ ପ୍ରେସ ବିବୃତିରେ କେନ୍ଦ୍ର ସରକାର ଏବଂ ଟାଟା ଷ୍ଟିଲ୍ ଲଙ୍ଗ ପ୍ରଡକ୍ଟ ଲିମିଟେଡକୁ ଅନୁରୋଧ କରିଛନ୍ତି ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories