www.samajalive.in
Saturday, December 6, 2025
26.1 C
Bhubaneswar

କର୍ପୋରେଟ୍ ସପକ୍ଷପାତି କେନ୍ଦ୍ର ବଜେଟ:ସିପିଆଇ(ଏମ)

ଭୁବନେଶ୍ୱର : ମହାମାରୀ କୋଭିଡ୍ ଯୋଗୁଁ ନିଯୁକ୍ତି ହ୍ରାସ, କଳକାରଖାନା ଓ ଖଣିଖାଦାନ ବନ୍ଦ ଏବଂ ଆର୍ଥିକ କାର୍ଯ୍ୟକଳାପ ବ୍ୟାପକ ହ୍ରାସ ଯୋଗୁଁ ଜନଗଣ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ କେନ୍ଦ୍ର ବଜେଟ୍ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ବୃହତ୍ ଦେଶୀ ବିଦେଶୀ ପୁଞ୍ଜିପତି ଓ କର୍ପୋରେଟ୍ ସ୍ୱାର୍ଥର ସୁରକ୍ଷା ପାଇଁ ପଦକ୍ଷେପ ନେଇଛି। କର୍ପୋରେଟ୍ ସଂସ୍ଥାମାନେ ଟିକସ ଫାଙ୍କୁଥିବାବେଳେ କର୍ପୋରେଟ୍ ଟିକସ ଉପରେ ଥିବା ସରଚାର୍ଜକୁ ୧୨% ରୁ ୭ % କମାଇ ଦିଆଯାଇଛି। ଧନୀକ ଗୋଷ୍ଠୀକୁ ସାହାଯ୍ୟ କରିବା ପାଇଁ ଦାଖଲ କରିଥିବା ଆୟକର ରିଟର୍ଣ୍ଣରେ ସଂଶୋଧନ ଆଣିବା ପାଇଁ ୨ ବର୍ଷର ଅଧିକ ମିଆଦ ଦିଆଯାଇଛି। ଦେଶର ରାଷ୍ଟ୍ରାୟତ୍ତ ୪୧ଟି ପ୍ରତିରକ୍ଷା ଉତ୍ପାଦନ ସଂସ୍ଥାକୁ ୭ଟି କର୍ପୋରେସନର ପରିଣତ କରି ଘରୋଇ ମାଲିକାନା ହାତକୁ ଟେକି ଦେବା ପାଇଁ ନିଷ୍ପତ୍ତି ପରେ ପ୍ରତିରକ୍ଷା ସାମଗ୍ରୀର ୬୮% ଆଭ୍ୟନ୍ତରୀଣ କ୍ଷେତ୍ରରୁ ଉତ୍ପାଦନ ହେବ ବୋଲି ସରକାର କହିବା ହାସ୍ୟାସ୍ପଦ। ଅତ୍ୟନ୍ତ ଲାଭଜନକ ଜୀବନ ବୀମା ନିଗମ ଓ ସାଧାରଣ ବୀମା କମ୍ପାନୀ, ବ୍ୟାଙ୍କ, ତୈଳ କମ୍ପାନୀ ଓ ଅନ୍ୟାନ୍ୟ ରାଷ୍ଟ୍ରାୟତ ସଂସ୍ଥା ଏବଂ ୫ଜି ସେପ୍ଟ୍ରମକୁ କର୍ପୋରେସନ୍ ସଂସ୍ଥାମାନଙ୍କ ହାତରେ ବାଲି ଗୋଡି ମୂୂଲ୍ୟରେ ଟେକି ଦେଇ ବଜେଟ୍ ନିଅଣ୍ଟ ଭରଣା କରିବାକୁ ବସିଛନ୍ତି। ଗୋଟିଏ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଥିଲା ବେଳେ ଆଗାମୀ ୩/୫ ବର୍ଷ ମଧ୍ୟରେ କେତେ ରେଳେପଥ ଓ ରାଜପଥ ନିର୍ମାଣ କରିବେ ଓ ନିଯୁକ୍ତି ଦେବେ ତାହା ଘୋଷଣା କରି ସରକାର ଜନଗଣଙ୍କୁ ଦିବାସ୍ୱପ୍ନ ଦେଖାଇବାକୁ ଚେଷ୍ଟା କରିଛନ୍ତି। ‘ଆତ୍ମନିର୍ଭରଶୀଳ ଭାରତ’, ସ୍ଳୋଗାନ ବିଫଳ ହେଲା ପରେ ପୁଣି ଏଥର ବଜେଟ୍ ଭାଷଣରେ ‘ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା’ ର ନୂଆ ସ୍ଲୋଗାନ୍ ଅର୍ଥମନ୍ତ୍ରୀ ଦେଇଛନ୍ତି। ଯୁବକମାନଙ୍କୁ ନିଯୁକ୍ତି ଦେବା, କଳକାରଖାନା ଖୋଲିବା, ଦରବୃଦ୍ଧି ହ୍ରାସ କରିବା, ବିଶେଷ କରି ମହିଳା, ଯୁବକ, ଦଳିତ ଓ ଆଦିବାସୀମାନଙ୍କ ଉନ୍ନତି ପାଇଁ କୌଣସି ବନ୍ଦୋବସ୍ତ ନାହିଁ। ଚାଷୀମାନଙ୍କୁ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ପାଇଁ ବଜେଟରେ ଆବଶ୍ୟକୀୟ ଅର୍ଥର ବ୍ୟବସ୍ଥା ନାହିଁ । ସ୍ୱାସ୍ଥ୍ୟ, ଏମଏନଆରଇଜିଏ ଓ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବଜେଟ୍ ବ୍ୟୟ ଅଟକଳ ନିତାନ୍ତ କମ୍। ପେଟ୍ରୋଲିୟମ ଜାତ ଦ୍ରବ୍ୟ ମୂଲ୍ୟ ଉପରେ ଟିକସ ହ୍ରାସ କରାଯାଇନାହିଁ। ଏହାକୁ ଜିଏସଟି ପରିସରଭୁକ୍ତ ମଧ୍ୟ କରାଗଲା ନାହିଁ। ଫଳରେ ଚଳିତ ପର୍ଯ୍ୟାୟର ବିଧାନ ସଭା ନିର୍ବାଚନ ପରେ ଏହାର ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଇବ। ମୁଦ୍ରାସ୍ଫିତି ବଢିବ। ବର୍ଦ୍ଧିଷ୍ଣ ବାଣିଜ୍ୟ ଘାଟତି ଦେଶର ଅର୍ଥନୀତିକୁ ଅଧିକ ସଙ୍କଟ ଜର୍ଜରିତ କରିବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ଡିଜିଟାଲ ମୁଦ୍ରା ପ୍ରଚଳନ କରାଯିବା କଥା ଘୋଷଣା କରାଯାଇଛି। ଏହା ଦ୍ୱାରା ଦେଶର ଅର୍ଥନୀତି ପ୍ରଭାବିତ ହେବାର ଆଶଙ୍କା ରହିଛି। ରାଜ୍ୟମାନଙ୍କୁ ସେମାନଙ୍କର ନାଯ୍ୟ ଜିଏସଟି ଓ ଅନ୍ୟାନ୍ୟ ପ୍ରାପ୍ୟରୁ ବଞ୍ଚିତ କରି, କେନ୍ଦ୍ରୀୟ ପ୍ରୋତ୍ସାହିତ ସ୍କିମ୍ ଗୁଡିକରେ କେନ୍ଦ୍ରର ଅଂଶ ହ୍ରାସ କରି ରାଜ୍ୟମାନେ ବଜାରରୁ ଏକ ଲକ୍ଷ କୋଟି ଟଙ୍କା ଋଣ କରିବା ପାଇଁ କେନ୍ଦ୍ର ସରକାର ବଜେଟ୍ ମଧ୍ୟ ଦେଇ କହିବା ଅତ୍ୟନ୍ତ ଚଞ୍ଚକତା ପୂର୍ଣ୍ଣ।
ସାମଗ୍ରୀକ ଭାବେ କହିଲେ ଏହି ବଜେଟ୍ ଜନଗଣଙ୍କ ମନରେ ନୈରାଶ୍ୟ ସୃଷ୍ଟି କରିଛି। ଦେଶର ଅର୍ଥନୀତିକୁ ଆତ୍ମ ନିର୍ଭରଶୀଳ କରିବା ପରିବର୍ତ୍ତେ ଏହି ବଜେଟ୍ କର୍ପୋରେଟ୍ ସଂସ୍ଥାମାନଙ୍କ ହାତରେ ଏକ କ୍ରୀଡନକ କରିବ। ମୁଦ୍ରାସ୍ଫୀତି ଓ ବେକାରୀ ବୃଦ୍ଧି କରିବ। ଏହିପରି ଏକ ଜନ ବିରୋଧୀ କେନ୍ଦ୍ର ବଜେଟ୍ର ଦୃଢ ପ୍ରତିବାଦ କରିବା ପାଇଁ ଆମେ ଜନଗଣଙ୍କୁ ଆହ୍ୱାନ କରୁଛୁ ବୋଲି ସିପିଆଇ(ଏମ)ର ସମ୍ପାଦକ ମଣ୍ଡଳୀ ସଭ୍ୟ ଦୁଷ୍ମନ୍ତ କୁମାର ଦାସ ପ୍ରକାଶ କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories