www.samajalive.in
Wednesday, December 10, 2025
14.1 C
Bhubaneswar

ଝାଡଖଣ୍ଡ କୋଇଲା ଖଣିରେ ଅଘଟଣ ; ୧୩ ମୃତ

ଝାଡଖଣ୍ଡ : ଝାଡଖଣ୍ଡର ଧନବାଦ ଜିଲାରେ ଏକ କୋଇଲା ଖଣିରେ ଅଘଟଣ ଘଟିଥିବା ନେଇ ମଙ୍ଗଳବାର ଖବର ମିଳିଛି। ଖଣି ମଧ୍ୟକୁ ପ୍ରବେଶ କରିବା ସମୟରେ ଏକ କୋଇଲା ଖଣିର ଏକ ବଡ ଅଂଶ ଖସିଯିବାରୁ ବହୁ ଶ୍ରମିକ ଏହାତଳେ ଦବି ହୋଇ ଯାଇଥିଲେ। ଫଳରେ ୧୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନେକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଯାଏଁ ପୁଲିସ ଠାରୁ ଏହି ଘଟଣା ବିଷୟରେ କୌଣସି ତଥ୍ୟ ମିଳିନାହିଁ।
ସ୍ଥାନୀୟଲୋକଙ୍କ କହିବାନୁଯାୟୀ, ବେଆଇନ ଭାବେ ଏଠାରେ କୋଇଲା ଉତ୍ତୋଳନ କରାଯାଉଥିଲା। ସେହି ସମୟରେ  କୋଇଲା ଖଣିର ଏକ ବଡ ଅଂଶ ୨୦ ଫୁଟ ତଳକୁ ଖସିଯିବାରୁ ଏହାତଳେ ଉକ୍ତ ଶ୍ରମିକମାନେ ଦବି ହୋଇ ରହିଯାଇଥିଲେ। ଫଳରେ ସେମାନଙ୍କ ମୃତ୍ୟୁ ହୋଇଛି। ଉକ୍ତ ସ୍ଥାନରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। କିଛି ଲୋକେ ଦବି ହୋଇ ରହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories