www.samajalive.in
Tuesday, December 9, 2025
17.1 C
Bhubaneswar

ନାବାଳିକା ବଳାତ୍କାର ଘଟଣାରେ ପ୍ରଧାନଶିକ୍ଷକ, ଛାତ୍ରଙ୍କ ସମେତ ୯ଗିରଫ

ଡେରାଡୁନ୍‍: ହରାୟାଣା ଟପ୍ପର ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଧରା ପଡ଼ିବା ପୂର୍ବରୁ ଡେରାଡୁନରେ ଆଉ ଜଣେ ଛାତ୍ରୀଙ୍କ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ସହସପୁରର ଏକ ଘରୋଇ ଆବାସିକ ବିଦ୍ୟାଳୟରେ ସ୍କୁଲର ୪ଜଣ ଛାତ୍ରଙ୍କ ଦ୍ୱାରା ସ୍କୁଲର ଜନୈକା ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ୪ଛାତ୍ରଙ୍କ ସମେତ ୯ଜଣଙ୍କୁ ଗିରଫ କରିଛି। ଉତ୍ତରାଖଣ୍ଡ ଅତିରିକ୍ତ ପୁଲିସ ମହାନିର୍ଦେଶକ ସୂଚନା ଅନୁଯାୟୀ ଘଟଣା ଏକ ମାସ ପୂର୍ବେ ଘଟିଥିଲା। ମାମଲା ପୁଲିସର ହସ୍ତଗତ ହେବା ପରେ ଅଭିଯୁକ୍ତ ଛାତ୍ରଙ୍କ ସମେତ ସ୍କୁଲର ଜନୈକା ପରିଚାଳିକା, ସ୍କୁଲ ପ୍ରଧାନଶିକ୍ଷକଙ୍କ ସମେତ ସ୍କୁଲର ଅନ୍ୟାନ୍ୟ କର୍ମଚାରୀଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ ଅଭିଯୁକ୍ତ ୧୦ମ ଓ ଯୁକ୍ତ ୨ରେ ପାଠ୍ୟରତ ଅଭିଯୁକ୍ତ ଛାତ୍ରମାନେ ମଧ୍ୟ ନାବାଳକ ଅଟନ୍ତି।
ପୀଡ଼ିତା ଛାତ୍ରୀ ୧୦ମ ଶ୍ରେଣୀରେ ପାଠ୍ୟରତ। ଛାତ୍ରୀଜଣକ ଗର୍ଭବତୀ ହେବା ଜାଣିପାରି ଘଟଣା ସମ୍ପର୍କରେ ସ୍କୁଲରେ ପାଠ୍ୟରତ ବଡ଼ ଭଉଣୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା। ଗତ ବର୍ଷ ୧୪ଅଗଷ୍ଟରେ ଘଟିଥିବା ଏହି ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ବଡ଼ ଭଉଣୀ ସ୍କୁଲର ପରିଚାରିକାଠାରୁ ଆରମ୍ଭ କରି ସ୍କୁଲ ପ୍ରବନ୍ଧନ ଅଧିକାରୀଙ୍କୁ ଅବଗତ କରାଇ ଥିଲେ। ତେବେ ଏହି କର୍ମଚାରୀମାନେ ପୀଡ଼ିତାଙ୍କୁ ମୁହଁ ବନ୍ଦ କରିବାକୁ ପରାମର୍ଶ ଦେବା ସହ ଘଟଣା ପ୍ରଘଟ ହେଲେ ସ୍କୁଲରୁ ନିଷ୍କାସିତ ହେବାର ଧମକ ଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories