ମୁଣ୍ଡ ବିନ୍ଧା ହେଉଥିଲେ ………
ଅଧିକାଂଶ ସମୟରେ ବିଭିନ୍ନ କାରଣରୁ ମୁଣ୍ଡ ବ୍ୟଥା ହୋଇଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା କିଛି ସହଜ ଓ ଘରୋଇ ଉପାୟ ଆପଣାଇ ପାରିବେ। ଜାଣନ୍ତୁ….
ନାଲି ଚା’ରେ ସାମାନ୍ୟ ଲେମ୍ବୁ ରସ ମିଶାଇ ପିଅନ୍ତୁ। ଏହା ଦ୍ୱାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ।
ସେଓର ଚୋପା ଛଡାଇ ସାମାନ୍ୟ କଳାଲୁଣ ମିଶାଇ ଖାଆନ୍ତୁ। ଏହା ମୁଣ୍ଡ ବିନ୍ଧା ଦୂର କରିବାର ଏକ ଉତ୍ତମ ଉପାୟ।
ଉଷୁମ ପାଣିରେ ସାମାନ୍ୟ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ମଧ୍ୟ ମୁଣ୍ଡ ବ୍ୟଥା ଦୂର ହୋଇଥାଏ।
ତୁଳସୀ ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ମୁଣ୍ଡ ବିନ୍ଧା ସମୟରେ ତୁଳସୀପତ୍ର ରସ ଓ ଅଦା ରସକୁ ମୁଣ୍ଡରେ ଲଗାଇବା ଦ୍ୱାରା ଆରାମ ଅନୁଭବ ହୋଇଥାଏ।
ସେହିପରି ତାୱାରେ ଅଳ୍ପ ଲବଙ୍ଗ ଭାଜି ଏହାକୁ ଏକ ସୂତା କପଡାରେ ବାନ୍ଧି ମୁଣ୍ଡ ବ୍ୟଥା ହେଉଥିବା ସମୟରେ ଶୁଙ୍ଘନ୍ତୁ। ଯନ୍ତ୍ରଣା ଦୂର ହୋଇଥାଏ।
ଲବଙ୍ଗ ତେଲ ମଥାରେ ମାଲିସ କରିବା ଦ୍ୱାରା କିଛି ସମୟ ମଧ୍ୟରେ ମୁଣ୍ଡ ବ୍ୟଥା ଦୂର ହୋଇଥାଏ।
ଲଗାତାର ମୁଣ୍ଡ ବିନ୍ଧା ହେଉଥିଲେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।
Comments are closed.