www.samajalive.in
Saturday, December 6, 2025
23.1 C
Bhubaneswar

ଗାୟତ୍ରୀ ମନ୍ତ୍ର : ଓଁ ଭୂର୍ଭୁବଃ ସ୍ୱଃ ………..

ଶାସ୍ତ୍ରରେ ଗାୟତ୍ରୀ ମନ୍ତ୍ରକୁ ଖୁବ ଶକ୍ତିଶାଳୀ ବୋଲି ବର୍ଣ୍ଣନା କରାଯାଇଛି। ଏହାକୁ ମହାମନ୍ତ୍ର ମଧ୍ୟ କୁହାଯାଏ। ଏହାର ଅର୍ଥକୁ ବୁଝି ସମ୍ପୂର୍ଣ୍ଣ ଏକାଗ୍ରତା ସହ ଏହାର ଗାନ କରିବା ଦ୍ୱାରା ସକରାତ୍ମକ ଶକ୍ତି ମିଳିବା ସହ ଆଖାପାଖର ବାତାବରଣରେ ମଧ୍ୟ ଦିବ୍ୟ ଶକ୍ତିର ଅନୁଭବ ହୋଇଥାଏ। ଶିକ୍ଷାରେ ସଫଳତା ଓ ସ୍ମରଣଶକ୍ତିରେ ବିଦ୍ୟାର୍ଥୀଙ୍କ ପାଇଁ ଏହା ସର୍ବଶ୍ରେଷ୍ଠ ମନ୍ତ୍ର ବୋଲି କୁହାଯାଏ।
ଗାୟତ୍ରୀ ମନ୍ତ୍ର :
ଓଁ ଭୂର୍ଭୁବଃ ସ୍ୱଃ
ତସ୍ତବିତୁର୍ବରେଣ୍ୟଂ
ଭର୍ଗୋ ଦେବସ୍ୟଃ ଧୀମହି
ଧୀୟୋ ୟୋ ନଃ ପ୍ରଚୋଦୟାତ
ଗାୟତ୍ରୀ ମନ୍ତ୍ରର ଅର୍ଥ
ଭଗବାନ ସୂର୍ୟ୍ୟଙ୍କର ସ୍ତୁତିରେ ଗାୟନ କରାଯାଉଥିବା ଏହି ମନ୍ତ୍ରର ଅର୍ଥ ହେଉଛି ପ୍ରାଣସ୍ୱରୂପ, ଦୁଃଖନାଶକ, ସୁଖସ୍ୱରୂପ, ଶ୍ରେଷ୍ଠ ତେଜସ୍ୱୀ, ପାପନାଶକ,ଦେବସ୍ୱରୂପ ପରମାତ୍ମାଙ୍କୁ ଆମେ ଅନ୍ତଃ କରଣରେ ଧାରଣ କରିବା, ସେହି ପରମାତ୍ମା ଆମର ବୁଦ୍ଧିକୁ ସତ୍ୟ ମାର୍ଗରେ ପ୍ରେରିତ କରନ୍ତୁ।
ଗାୟନ୍ତ୍ରୀଙ୍କ ମନ୍ତ୍ରରେ ୨୪ ଟି ଅକ୍ଷର ମିଶି ଏହା ହୋଇଛି। କୁହାଯାଏ ଏହି ୨୪ ଅକ୍ଷରରେ ଚବିଶ ଅବତାର, ୨୪ ଋଷି, ୨୪ ଶକ୍ତି, ୨୪ ଭକ୍ତି, ୨୪ ସିଦ୍ଧି ଆଦି ରହିଛି। ଏହାକୁ ସଠିକ ଭାବେ ଓ ଉଚିତ ନିୟମ ଅନୁଯାୟୀ ଗାନ କରିବା ଆବଶ୍ୟକ। ଏହାଦ୍ୱାରା ଜୀବନରେ ଥିବା ସମସ୍ତ ବାଧା ଦୂର ହୋଇଥାଏ।
ଗାୟନ୍ତ୍ରୀ ମନ୍ତ୍ର ଜପ କରିବାର ୩ଟି ସମୟ ସର୍ବୋତ୍ତମ ସମୟ। ପ୍ରଥମେ ସୂର୍ଯ୍ୟୋଦୟ ପୂର୍ବରୁ ଆରମ୍ଭ ହୋଇ ସୂର୍ଯ୍ୟୋଦୟ ହେବା ପର୍ଯ୍ୟନ୍ତ। ୨ୟ ସମୟ ଖରାବେଳ ଓ ୩ୟ ସମୟ ସୂର୍ଯ୍ୟାସ୍ତ ପୂର୍ବରୁ। ମାତ୍ର ସୂର୍ଯ୍ୟାସ୍ତ ପରେ କେବଳ ମନରେ ହିଁ ଜପ କରିପାରିବେ।
ଗାୟତ୍ରୀ ମନ୍ତ୍ରରେ ଏହି ୨୪ ପ୍ରକାର ଶକ୍ତି ସମାହିତ ହୋଇ ରହିଛି।
ସଫଳତା, ପରାକ୍ରମ, ପାଳନ,କଲ୍ୟାଣ, ଯୋଗ,ପ୍ରେମ,ଧନ, ଭକ୍ତି, ଶକ୍ତି, ରକ୍ଷା, ବୁଦ୍ଧି, ଦମନ,ନିଷ୍ଠା,ଧାରଣ,ପ୍ରାଣ, ମର୍ଯ୍ୟାଦା, ତପ,ଶାନ୍ତି, ଉତ୍ପାଦକ, ରସ, ଆଦର୍ଶ,ସାହସ,ବିବେକ,ସେବା ଶକ୍ତି ରହିଛି।
ଗାୟତ୍ରୀ ମନ୍ତ୍ର ଜପ କରିବାର ଲାଭ….
ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା କ୍ରୋଧ ଶାନ୍ତ ହୋଇଥାଏ। ଚିନ୍ତା ଦୂର ହୋଇଥାଏ। ବିିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ। ଜାତକରେ ସୂର୍ଯ୍ୟଙ୍କ ଶକ୍ତି ଖୁବ ଭଲ ରହିଥାଏ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିଥାଏ। ମାନସମ୍ମାନ ବୃଦ୍ଧି ହୋଇଥାଏ। ନକରାତ୍ମକ ଶକ୍ତି ଦୂର ହୋଇଥାଏ। ରୋଗରୁ ମୁକ୍ତି ମିଳିଥାଏ। ଏକାଗ୍ରତା ବୃଦ୍ଧି ହୋଇଥାଏ। ଜୀବନରେ ଥିବା ଅନେକ ସମସ୍ୟାର ସମାଧାନ ହୋଇଥାଏ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories