www.samajalive.in
Saturday, December 6, 2025
26.1 C
Bhubaneswar

ଟେଲର ଦୋକାନରେ ଅଗ୍ନିକାଣ୍ଡ

କଲମପୁର : ଧର୍ମଗଡ ସହର ଗୋପାଳପଡ଼ା ନିକଟରେ ମୁଖ୍ୟ ସଡ଼କକୁ ଲାଗି ଥିବା ଏକ ଟେଲର ଦୋକାନରେ ଅଗ୍ନିକାଣ୍ଡ ଘଟି ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର କପଡା ଓ ସିଲେଇ ମେସିନ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ସୂଚନା ମୁତାବକ ଧର୍ମଗଡ ଗୋପାଳପଡ଼ା ମୁଖ୍ୟ ରାସ୍ତା କଡରେ ଲାବଣ୍ୟ ମାଝୀଙ୍କ ଟେଲର ଦୋକାନରେ ଗତ କାଲି ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଦୋକାନ ଶଟର ବନ୍ଦ ଥିବାରୁ ଓ ରାତି ଯୋଗୁଁ ଦୋକାନ ଭିତରେ ସାମଗ୍ରୀ ପୋଡିବା କିଛି ଜଣାପଡି ନଥିଲା । ଦୋକାନରେ ଥିବା ସ୍କାଇ ଲାଇଟ ଦେଇ ଧୁଆଁ ବାହାରିବା ଦେଖି ପାଖ ଲୋକେ ଦୋକାନ ମାଲିକ ଙ୍କୁ ଭୋର ସମୟରେ ଫୋନ କରିଥିଲେ । ପରେ ଖବର ପାଇ ଦମକଳ ବାହିନୀ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ନିଆଁ ଲିଭାଇଥିଲେ । ତେବେ ସେତେବେଳକୁ ଦୋକାନରେ ଥିବା ସମସ୍ତ ସିଲେଇ ମେସିନ ସହ ସିଲେଇ ହୋଇ ଥିବା ଓ ସିଲେଇ ପାଇଁ ରହିଥିବା ବହୁ ନୁଆ କପଡା ପୋଡି ପାଉଁଶ ହୋଇ ସାରିଥିଲା । ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି । ତେବେ ଲାବଣ୍ୟ ମାଝୀ ଜଣେ ଗରୀବ ବ୍ୟକ୍ତି ହୋଇ ଥିବାରୁ ଅଗ୍ନିକାଣ୍ଡକୁ ନେଇ ହତାଶ ହୋଇପଡିଛନ୍ତି । ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories