www.samajalive.in
Saturday, December 6, 2025
19.1 C
Bhubaneswar

ଚୋରା ଚାଲାଣ ବେଳେ ପଥର ଟ୍ରକ ଜବତ 

ବେଗୁନିଆ : ବେଗୁନିଆ ତହସିଲ ଅଞ୍ଚଳରେ ଦିନକୁ ଦିନ ପଥର ଚୋରା ଚାଲାଣ ବୃଦ୍ଧି ପାଉଛି ।ପଥର ମାଫିଆ ମାନେ ପୁଲିସ ଏବଂ ତହସିଲ କର୍ମଚାରୀଙ୍କର ଗତିବିଧି ଉପରେ ନଜର ରଖି ରାତି ଅଧିଆ ପଥର କାଟି ଚୋରା ଚାଲାଣ କରୁଛନ୍ତି ।ଜବତ ପଥର ଗାଡି ମାଲିକ ମାନଙ୍କ ଠାରୁ ଜରିମାନା ଆଦାୟ କରି ଛାଡି ଦିଆଯାଉଛି ତ କେଉଁଠାରେ ଗାଡି ମାଲିକ ଏବଂ ଚାଳକ ନାମରେ ମୋକଦମା ରୁଜୁ କରାଯାଉଛି ।ଆଜି ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଫୁଲଛାଁଚୁଣୀ ସରକାରୀ ଖଣି ନିକଟରେ ଥିବା ଏକ ବେଆଇନ ପଥର ଖଣିରୁ କଢାମଲର ଏକ ଟ୍ରକରେ ୧୯୦ ଖଣ୍ଡ ପଥର ବୋଝେଇ କରି ବାଘମାରୀ ଅଭିମୁଖେ ଆସୁଥିବାବେଳେ କରଡ଼ଗାଡ଼ିଆ ନିକଟରୁ ଶୁଭଙ୍କର ମାଝୀ ,ସଂଜୟରଞ୍ଜନ ସେନାପତି ,ବିଶେଶ୍ୱର ରାୟ ବେହେରା ଏବଂ ବୁଟୁ ସାହୁ ପ୍ରମୁଖ ଜବତ କରି ଆଣି ତହସିଲ କାର୍ଯ୍ୟାଳୟରେ ରଖିଛନ୍ତି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories