www.samajalive.in
Friday, December 12, 2025
15.1 C
Bhubaneswar

୨ ସାଥୀଙ୍କୁ ହତ୍ୟା ପରେ ଆତ୍ମହତ୍ୟା କଲେ ଯବାନ

ଧରମଶାଳା : ସାମାନ୍ୟ ମତଭେଦ ଓ ବାକ୍‍ବିତଣ୍ଡାର ଭୟଙ୍କର ପରିଣତି କ୍ରମେ ହିମାଚଳ ପ୍ରଦେଶର ଧର୍ମଶାଳାସ୍ଥିତ ସେନା ଶିବିରରେ ୩ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ମାମୁଲି ଯୁକ୍ତିତର୍କକୁ କେନ୍ଦ୍ର କରି ଜଣେ ଯବାନ ନିଜର ୨ ଜଣ ସହକର୍ମୀଙ୍କୁ ଗୁଳିମାରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ରବିବାର ରାତି ପ୍ରାୟ ୨ଟା ୨୫ ମିନିଟ୍‍ରେ ଘଟିଛି ଏହି ଅଭାବନୀୟ ଘଟଣା। ୧୮ ଶିଖ୍‍ ରେଜିମେଣ୍ଟର ଗାର୍ଡ ଦାୟିତ୍ୱରେ ଥିବା ଯଶବୀର ସିଂହଙ୍କର ହାବଲଦାର ହରଦୀପ ସିଂହ ଏବଂ ନାଏକ ହରପାଲ ସିଂହଙ୍କ ସହିତ କୌଣସି କାରଣରୁ ବଚସା ହୋଇଥିଲା। ହରଦୀପ ଓ ହରପାଲ ଏହି ଘଟଣା ପରେ ସେଠାରୁ ଚାଲିଯାଇଥିଲେ। ମାତ୍ର ଯଶବୀର କ୍ରୋଧ ଜର୍ଜରିତ ହୋଇପଡିଥିଲେ। ହରଦୀପ ଓ ହରପାଲ ଫେରିବା କ୍ଷଣି ସେ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ପରେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିଲେ ବୋଲି ରେଜିମେଣ୍ଟର କମାଣ୍ଡିଂ ଅଫିସର କର୍ଣ୍ଣେଲ ନବଦୀପ ବ୍ରାର ପ୍ରକାଶ କରିଛନ୍ତି। ବଚସାର କାରଣ ଏଯାବତ୍‍ ଜଣାପଡିନାହିଁ। ଯଶବୀର ଦେଢ ବର୍ଷ ପୂର୍ବେ ସେନାରେ ଯୋଗ ଦେଇଥିବା ବେଳେ ହରଦୀପ ଓ ହରପାଲ ଯଥାକ୍ରମେ ୨୩ ଓ ୧୮ ବର୍ଷ ହେବ ଭାରତୀୟ ସେନାରେ କାର୍ଯ୍ୟ କରିଆସୁଥିଲେ। ସାମରିକ ଗୁଇନ୍ଦା ଏବଂ କାଙ୍ଗ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହଗୁଡିକ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories