www.samajalive.in
Saturday, December 13, 2025
26.1 C
Bhubaneswar

ଭାରତ ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି : ମୋହନ ଭାଗବତ

ନୂଆଦିଲ୍ଲୀ : ଆରଏସ୍‍ଏସ୍‍ର ପୂର୍ବତନ ମୁଖ୍ୟ ହେଡଗୱାରଙ୍କ ଦିନେ କଂଗ୍ରେସ ପାଇଁ କାର୍ଯ୍ୟ କରିଥିଲେ। ସେହି ସମୟରେ ସେ ଗାନ୍ଧୀଙ୍କ ଦ୍ୱାରା ଆହୂତ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ଏହି କ୍ରମରେ ଭାରତ ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି ବୋଲି ଆରଏସ୍‍ଏସ୍‍ ମୁଖ୍ୟ ମୋହନ ଭାଗବତ ନୂଆଦିଲ୍ଲୀଠାରେ ଆୟୋଜିତ ଆରଏସ୍‍ଏସ୍‍ ତିନି ଦିନିଆ କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଛନ୍ତି।

ହିନ୍ଦୁତ୍ୱ ସମାଜକୁ ଏକତ୍ରିତ କରିବାପାଇଁ ଆରଏସଏସର ଗଠନ କରାଯାଇଛି। ହିନ୍ଦୁତ୍ୱ ମାନେ ଏହା ନୁହେଁ ଯେ ଅନ୍ୟ କାହାକୁ ବିରୋଧ କରିବା। ବିନା ପ୍ରଚାରରେ ଆରଏସଏସ କର୍ମକର୍ତ୍ତା କାମ କରୁଛନ୍ତି ବୋଲି ମୋହନ ଭାଗବତ କହିଛନ୍ତି।
ହେଡଗୱାରଙ୍କ ସ୍ମୁତିଚାରଣ କରି ସେ କହିଥିଲେ, କଂଗ୍ରେସରେ ଥିବା ସମୟରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ଆରଏସଏସ ଲୋକମାନେ ବିନା ଥକ୍କାରେ କାମ କରିଥାନ୍ତି। ଏତେ ବର୍ଷପରେ ମଧ୍ୟ ଆରଏସଏସକୁ ଭୁଲ ଆଖିରେ ଦେଖାଯାଉଥିବା ସେ କହିଛନ୍ତି। ଭାରତରେ ଆରଏସଏସ ପରି ଅନ୍ୟ କୌଣସି ସଂଗଠନ ନାହିଁ ବୋଲି ସେ କହିଛନ୍ତି। ପୁର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବୁଦୁଲ କଲାମଙ୍କୁ ସ୍ମରଣ କରି କହିଛନ୍ତି, ଅରୁଣାଞ୍ଚଳ ପ୍ରଦେଶରେ ଅବଦୁଲ କଲାମ କହିଥିଲେ ନିଜ ଦେଶ ଉପରେ ବିଶ୍ୱାସ ରଖିବା ଦରକାର। ସଂଘର ନାମ ଦର୍ଶାଇ ଆମକୁ ସବୁ ସମୟରେ ବଦନାମ କରାଯାଉଥିବା ସେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories