www.samajalive.in
Saturday, December 13, 2025
26.1 C
Bhubaneswar

ବକେୟା ପଇସାକୁ କେନ୍ଦ୍ରକରି ଛୁରାମାଡ଼, ଜଣେ ମୃତ

ବଡ଼ମ୍ବା: ଛୁରାମାଡ଼ରେ ଜନୈକ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସୋମବାର ସଂଧ୍ୟାରେ ବଡ଼ମ୍ବା ଥାନା ଅନ୍ତର୍ଗତ ନୂଆତଇଲା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ହେଲେ ଏହି ବ୍ଲକ ଅନ୍ତର୍ଗତ ରଗଡ଼଼ିପଡ଼ା ଗ୍ରାମର ସ୍ୱର୍ଗତ ମଧୁ ମଲ୍ଲିକଙ୍କ ପୁତ୍ର ପ୍ରହଲ୍ଲାଦ ମଲ୍ଲିକ(୪୫)। ଘଟଣା ପ୍ରକାଶପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଦୀର୍ଘଦିନ ଧରି ବଡ଼ମ୍ବାରେ ମାଛ ଏବଂ କୁକୁଡ଼ା ମାଂସ ଆଦି ଆମିଂସ ବ୍ୟବସାୟ କରିଆସୁଥିବା ସଂପୃକ୍ତ ମୃତକଙ୍କୁ ଦେଖିବା ଲାଗି ବଡ଼ମ୍ବା ଡାକ୍ତରଖାନା ପରିସରରେ ସଂଧ୍ୟାପରଠୁ ଶହଶହ ଲୋକଙ୍କ ଉପସ୍ଥିତି ଦେଖିବାକୁ ମିଳିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାଇ ହତ୍ୟାକାଣ୍ଡ ଭିଆଇଥିବା ମୁଖ୍ୟ ଅଭିଯୁକ୍ତ ସଂପୃକ୍ତ ମୃତକଙ୍କ କୁକୁଡ଼ା କଟାଳି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବକେୟା ପଇସାକୁ କେନ୍ଦ୍ରକରି ବଚସା ହେବାରେ ପରବର୍ତ୍ତି ମୁହୂର୍ତ୍ତରେ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଛି। ଏହି ଘଟଣାରେ ଏକାଧିକ ସଂପୃକ୍ତି ରହିଥିବା ପୁଲିସ ସନ୍ଦେହ କରୁଥିବା ବେଳେ ଜଣେ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରହିଥିବା ଆଠଗଡ଼଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ (ଏସଡିପିଓ)ବିଜୟକୁମାର ବିଶି ଗଣମାଧ୍ୟମକୁ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories