www.samajalive.in
Saturday, December 13, 2025
26.1 C
Bhubaneswar

ଆଦର୍ଶ ଆଚରଣ ବିଧି ପାଳନ ନିମନ୍ତେ ବୈଠକ

ବୌଦ୍ଧ: ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ଅବସରରେ ସମସ୍ତ ରାଜନୈତିକ ଦଳମାନେ ଆଦର୍ଶ ଆଚରଣ ବିଧି ପାଳନ କରିବା ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଅଧ୍ୟକ୍ଷତା କରିବା ସହିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଜିଲାପାଳ ଶ୍ରୀମିଶ୍ର ନିର୍ବାଚନରେ ସମସ୍ତ ମାର୍ଗଦର୍ଶିକା ହିସାବରେ ନିୟମ ମାନି ଶୃଙ୍ଖଳାର ସହ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ପାଇଁ ସବୁ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ। ଏଥିସହିତ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଆଦର୍ଶ ଆଚରଣ ବିଧି ପାଳନ କରି ନିର୍ବାଚନ କାର୍ଯ୍ୟରେ ସହଯୋଗ କରିବାକୁ ଜିଲାପାଳ ଶ୍ରୀମିଶ୍ର ଅନୁରୋଧ କରିଥିଲେ।

ନିର୍ବାଚନ ପର୍ଯ୍ୟବେକ୍ଷକ ତୁଷାରକାନ୍ତ ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରି ନିଜ ନିଜ ମୂଲ୍ୟବାନ ଜୀବନର ସୁରକ୍ଷା ଓ ସତର୍କତାର ସହ କୋଭିଡ ନିୟମ ପାଳନ କରି ନିର୍ବାଚନ କାର୍ଯ୍ୟ ସୁରୁଖୁରୁରେ ସମାପନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପ୍ରାର୍ଥୀ କରୋନା ଆକ୍ରାନ୍ତ ଥିଲେ ନିର୍ବାଚନ ପ୍ରଚାରରେ ନଯାଇ ତାଙ୍କର ୫ଜଣ ସମର୍ଥକଙ୍କ ଜରିଆରେ ନିର୍ବାଚନ ପ୍ରଚାର କାର୍ଯ୍ୟ କରିପାରିବେ। ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମ ମାଧ୍ୟମରେ ପ୍ରଚାର କରାଯାଇପାରିବ। ପଦଯାତ୍ରା,ରୋଡସୋ,ସାଇକେଲ ଶୋଭାଯାତ୍ରା,ଯାନବାହାନ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ। ନିର୍ବାଚନ ଗଣତି ପରେ ପ୍ରାର୍ଥୀଙ୍କ ସହ ଦୁଇଜଣ ପ୍ରାର୍ଥୀ ଶୋଭାଯାତ୍ରା କରିପାରିବେ। ୨୫ ତାରିଖ ଅପରାହ୍ନ ୩ ଘଟିକା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ ବୋଲି ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ ସୂଚନା ପ୍ରଦାନ କରିଥିଲେ। ସମସ୍ତ ସ୍ଥାନରୁ ସରକାରଙ୍କ ପ୍ରଚାର ପ୍ରସାର ହୋଡିଂ ଉଠାଯିବା ସହିତ ଆଦର୍ଶ ଆଚରଣ ବିଧିକୁ କଡାକଡି ଭାବରେ ପାଳନ କରାଯିବା ନିମନ୍ତେ ବିଡିଓ ଏବଂ ତହସିଲଦାରମାନଙ୍କୁ ଜିଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ।

- Advertisement -

ସର୍ବଶେଷରେ ଜିଲାପାଳ ସମସ୍ତ ରାଜନୈତିକ ଦଳମାନଙ୍କର କର୍ମକର୍ତ୍ତା ଏବଂ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ କିପରି ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇପାରିବ ସେଥିପାଇଁ ସହଯୋଗ କାମନା କରିଥିଲେ। ଉକ୍ତ ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେର, ଅତିରିକ୍ତ ଜିଲାପାଳ ବବିତା ରାଣୀ ଦଳବେହେରା, ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତ, ଉପଜିଲାପାଳ ସନତ କୁମାର ନାଏକ, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କଣ୍ଟାମାଳ କଳାକୃଷ୍ଣ ପ୍ରଧାନ, ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ, ତହସିଲଦାର କଣ୍ଟାମାଳ ରୀନା ପ୍ରଧାନଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ବିଜେଡି ପକ୍ଷରୁ ଜିଲା ବିଜେଡି ସଂପାଦକ ଶିତାଂଶୁ ଶେଖର ମହାକୁଳ, ବିଜେପି ଜିଲା ସଭାପତି ବିପ୍ର ଚରଣ ମହାନ୍ତି ଓ କଂଗ୍ରେସର ଜିଲା ସଂପାଦକ ପୌଲସ୍ତି ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories