www.samajalive.in
Thursday, December 11, 2025
18.1 C
Bhubaneswar

ନବୋଦୟ ବିଦ୍ୟାଳୟ ଅଧକ୍ଷଙ୍କ ପରଲୋକ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ସୁରଙ୍ଗୀ ଠାରେ ଥିବା ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ଆର ଜେ ଶର୍ମାଙ୍କ ଆଜି ଭୋର ସମୟରେ ପରଲୋକ ଘଟିଛି। ସ୍ବର୍ଗତ ଶର୍ମା ଗତ ୨୦୧୯ ମାର୍ଚ୍ଚ ମାସରେ ସୁରଙ୍ଗୀ ଠାରେ କାର୍ଯରେ ଯୋଗ ଦେଇଥିଲେ। ଗତ ବର୍ଷ ସେ କର୍କଟ ରୋଗରେ ପୀଡିତ ଥିବା ଚିହ୍ନଟ ପରେ ନିୟମିତ ଚିକିତ୍ସିତ ହେଉଥିଲେ। ତେବେ ତିନିଦିନ ହେଲା ତାଙ୍କ ଅବସ୍ଥା ବିଗିଡିବାରେ ଲାଗିଥିଲା। ଆଜି ଭୋର ତିନିଘଣ୍ଟା ବେଳେ ତାଙ୍କରି ମୃତ୍ୟୁ ଘଟିଥିଲା। ତାଙ୍କର ଘର ଭାଗଲପୁରରେ ବୋଲି ଜଣାଯାଇଛି। ତାଙ୍କର ଦୁଇ ଝିଅ ପତ୍ନୀ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ଖବର ପାଇ ବିଦ୍ୟାଳୟର ସମସ୍ତ କର୍ମଚାରୀ ଛାତ୍ରଛାତ୍ରୀ ପହଞ୍ଚି ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସୁରଙ୍ଗୀ ସ୍ମସାନରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସାନ ଝିଅ ମୁଖାଗ୍ନି ଦେଇ ଥିଲେ। ତାଙ୍କର ଅକାଳ ବିୟୋଗ ଯୋଗୁଁ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories