ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଏଚପି ପେଟ୍ରୋଲ ପମ୍ପ ନିକଟରୁ ଗତ ରାତିରେ ଚାଳକମାନେ ବିଶ୍ରାମ ନେଉଥିବା ସମୟରେ ୨ଟି ୧୨ ଚକିଆ ଓ ଗୋଟିଏ ୧୦ ଚକିଆ ଟ୍ରକରୁ ଡିଜେଲ୍ ଚୋରି ହୋଇଛି। ସେହିପରି ଉକ୍ତ ସ୍ଥାନରେ ଥିବା ଏକ କ୍ଷୀର ବୋଝେଇ ୪୦୭ ମିନି ଟ୍ରକର ବଳକା ଚକ, ବ୍ୟାଟେରୀ ଓ ଡିଜେଲ ମଧ୍ୟ ଚୋରମାନେ ଚୋରି କରି ନେଇଛନ୍ତି। ବ୍ୟସ୍ତ ବହୁଳ ୪୯ ନମ୍ବର ଜାତୀୟ ରାଜପଥରେ ଖିରେଇଟାଙ୍ଗିରୀ ଠାରୁ ତୁରୁମୁଙ୍ଗା ମଧ୍ୟରେ ନିୟମିତ ବ୍ୟବଧାନରେ ଯାନବାହାନରୁ ଡିଜେଲ୍ ଚୋରି ମାଲିକମାନଙ୍କ ଚିନ୍ତାର କାରଣ ହୋଇଛି। ଚୋରି ଉପରେ ଅଙ୍କୁଶ ଲଗାଇବାକୁ ହେଲେ ତୁରୁମୁଙ୍ଗା ପୁଲିସ ରାତ୍ରି କାଳୀନ ପଇଁତରା ଜୋରଦାର କରିବାକୁ ମତ ପ୍ରକାଶ ପାଇଛି।
Popular Categories



