
ଜାତୀୟ ବାଳିକା ଦିବସ ପାଳିତ

ବୌଦ୍ଧ: ଫ୍ରେଣ୍ଡସିଫ୍ କ୍ଲବ୍ ,ବୌଦ୍ଧ ତରଫରୁ ନେହେରୁ ଯୁବ କେନ୍ଦ୍ର ବୌଦ୍ଧର ସହଯୋଗରେ କ୍ଲବର ନାରାୟଣ ପ୍ରସାଦ ଠାରେ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଅଛି। ଏଥରେ ଝିଅମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷାର ବିକାଶ, ଲିଙ୍ଗଗତ ଭେଦଭାବ ଯେପରି ନହେଉ ସେହି ବିଷୟରେ ଆଲୋଚନା ହୋଇଥିଲା। ବାଲ୍ୟ ବିବାହ ଉଚ୍ଛେଦ, ନାରୀ ନିର୍ଯାତନା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଶିକ୍ଷା ଦିଆଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରିଙ୍ଗାପଡା ଉଚ୍ଚ ବିଦ୍ୟାଳୟ -ର ପ୍ରଧାନ ଶିକ୍ଷକ ଆସିଥିବା ବେଳେ ସମ୍ମାନିତ ଅତିଥି ଭାବେ କ୍ଲବ ପ୍ରତିଷ୍ଠାତା ସମ୍ପାଦକ ତୋଫାନ ପରିଡା, ବିଶ୍ୱନାଥ ସାହୁ, ଦେବାଶିଷ ମେହେର ପ୍ରମୁଖ ସମାଜସେବୀ ଯୋଗଦେଇ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ।
Comments are closed.