www.samajalive.in
Sunday, December 14, 2025
26.1 C
Bhubaneswar

ଚାନ୍ଦମଣୀ ପାତ୍ର ଚିନାମାଳିପଶି ପଞ୍ଚାୟତର ସମିତି ସଭ୍ୟା

ପାଟଣା: ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତ ଇତିହାସକୁ ପୁଣି ଦୋହରାଇଛି ଗତ ପଞ୍ଚାୟତିରାଜ ନିର୍ବାଚନରେ ଏଠାରେ ସମିତି ସଭ୍ୟ ପ୍ରାର୍ଥୀ ତଥା ବର୍ତ୍ତମାନର ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଚିନାମାଳିପଶି ପଞ୍ଚାୟତ ସମିତି ସଭ୍ୟା ନିର୍ଦ୍ଵନ୍ଦରେ ନିର୍ବାଚିତ ହେବାକୁ ଯାଉଛନ୍ତି। ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଏହି ଆସନରେ ଚାନ୍ଦମଣି ପାତ୍ର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସେ ଏକ ମାତ୍ର ପ୍ରାର୍ଥୀନୀ ଥିବାରୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହେବା ନିଶ୍ଚିତ ହୋଇଛି। ନୂତନ ସମିତି ସଭ୍ୟା ହେବାକୁ ଯାଉଥିବା ଚିନାମାଳିପଶି ପଞ୍ଚାୟତର ଚାନ୍ଦମଣୀ ପାତ୍ର ଇତି ମଧ୍ୟରେ ବିଜୁ ଜନତା ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ଲକ ବିଜୁ ଜନତା ଦଳର ସଭାପତି ମାଧବା ନନ୍ଦ ପୃଷ୍ଟିଙ୍କ ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ମିଶ୍ରଣ ପର୍ବରେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ ଦଳୀୟ ନେତା ଅଯୋଧ୍ୟା ବେହେରା, ଯୋଗେନ୍ଦ୍ର ମହାରଣା ପ୍ରମୁଖଙ୍କ ସହ ଚାନ୍ଦମଣୀଙ୍କ ସ୍ବାମୀ ସନ୍ତୋଷ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories