www.samajalive.in
Friday, December 12, 2025
14.1 C
Bhubaneswar

କୋଭିଡ୍‌ କଟକଣା ଯୋଗୁଁ ମନ୍ଦିର ବନ୍ଦ: ବିବାହ ପାଇଁ ଆସିଥିବା ୯୧ ଯୋଡା ବରକନ୍ୟା କଲେ କଅଣ -ଜାଣନ୍ତୁ

ଚେନ୍ନାଇ – ଏବେ ଦେଶରେ କୋଭିଡ୍‌ର ତୃତୀୟ ଲହର ଚାଲିଛି । ଏଥିପାଇଁ ବିଭିନ୍ନ ରାଜ୍ୟରେ ବିଭିନ୍ନ କଟକଣା ଜାରି କରାଯାଇଛି । କେବଳ ସେତିକି ନୁହେଁ ବିଭିନ୍ନ ରାଜ୍ୟରେ ସର୍ବସାଧାରଣ ସ୍ଥାନ ସହ ମନ୍ଦିର ପାର୍କ ଏବଂ ଅନ୍ୟାନ୍ୟ ସ୍ଥାନରେ କଟକଣା ।

ଏହି ଅବସରରେ ତାମିଲନାଡୁରେ ବିବାହ ପାଇଁ ଶୁଭ ମୂହୁର୍ତ୍ତ ବାହାରିଥିଲା । ୯୧ ଯୋଡା ବର କନ୍ୟାଙ୍କର ବିବାହ ସ୍ଥିର ହୋଇଥିଲା । ଶୁଭ ସମୟ ଥିଲା ରବିବାର ସକାଳ ୪ଟା୩୦ରୁ ୧୧ଟା ପର୍ଯ୍ୟନ୍ତ । ମାତ୍ର ଶ୍ରୀ ଦେବନାଥ ସ୍ୱାମୀଙ୍କ ମନ୍ଦିରକୁ ସେଠାକାର ପ୍ରଶାସନ ୪ ଦିନ ପାଇଁ ବନ୍ଦ ରଖିବାକୁ ଘୋଷଣା କରିଥିଲା । ୯୧ ଯୋଡା ବର କନ୍ୟା ସେମବାର ସକାଳେ ମନ୍ଦିର ନିକଟରେ ପହଞ୍ଚିଥିଲେ । ମନ୍ଦିର ବନ୍ଦ ଥିବାରୁ ମନ୍ଦିର ବାହାରେ ସମସ୍ତଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।

- Advertisement -

କୋଭିଡ୍‌ କଟକଣା ଅନୁସାରେ କେବଳ ଅଳ୍ପ ନିକଟ ସମ୍ପର୍କୀୟ ଏବଂ ବ୍ରାହ୍ମଣ ଏହି ବିବାହ କାର୍ଯ୍ୟ ସମାପନ କରିଥିଲେ। ବିବାହ କାର୍ଯ୍ୟ ସମ୍ପନ୍ନ ପରେ ନବ ଦମ୍ପତିମାନେ ମନ୍ଦିର ବାହାରେ ଠାକୁରଙ୍କ ଆଶୀର୍ବାଦ ନେଇ ଘରକୁ ଫେରିଥିଲେ।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories