www.samajalive.in
Sunday, December 14, 2025
14.1 C
Bhubaneswar

ବିପଦଜନକ ଅବସ୍ଥାରେ ପାଚେରୀ ଫାଟି ଆଁ କରିଛି

ବେଗୁନିଆ :  ବେଗୁନିଆରେ ଅବସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀଙ୍କ କାର୍ୟ୍ୟାଳର ପାଚେରୀ ବିଭିନ୍ନ ସ୍ଥାନରେ ଫାଟି ଆଁ କରି ବିପଦଜନକ ଅବସ୍ଥାରେ ରହିଥିବାବେଳେ ତାର ମରାମତି କରାନଯାଇ ପ୍ରତିବର୍ଷ ସେହି ଭଙ୍ଗା ଦଦରା କାନ୍ଥରେ ରଙ୍ଗ କରିବାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଗତ ବର୍ଷ ଏହି କାର୍ୟ୍ୟାଳୟରେ ଥିବା ଘର ,ଟାଙ୍କି ,ପ୍ରାଚୀର ,ପମ୍ପ ହାଉସଏବଂ ଓଭରହେଡ ଟାଙ୍କି ସହିତ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଓଭରହେଡ ଟାଙ୍କି ,ପମ୍ପ ହାଉସ ଗୁଡିକ ରଙ୍ଗ କରାଯାଇଥିଲା ।ଏପରିକି ବିଭିନ୍ନ ସ୍ଥାନରେ ଥିବା ପାଚେରୀ ଫାଟି ଆଁ କରିଥିବାବେଳେ କେଉଁଠାରେ ଓଭରହେଡ ଟାଙ୍କି ଫାଟି ପାଣି ଲିକ କରୁଛି ।ସେଗୁଡିକ ମରାମତି କରାନଯାଇ କେବଳ ପ୍ରତିବର୍ଷ ରଙ୍ଗ ବଦଳା ଯାଉଛି ।ମରାମତି କାର୍ୟ୍ୟ ଠାରୁ ରଙ୍ଗ ମରା କାର୍ୟ୍ୟରେ ଲାଭ ବେଶୀ ବୋଲି ଠିକାଦାର ମାନଙ୍କ ଠାରୁ ଶୁଣିବାକୁ ମିଳୁଛି ।  ଏହି କାର୍ୟ୍ୟାଳୟରେ ପ୍ରତିବର୍ଷ ଭଙ୍ଗାଗଢା କାର୍ୟ୍ୟ ଚାଲିଥିବାବେଳେ ଆଜି ପର୍ୟ୍ୟନ୍ତ କାର୍ୟ୍ୟାଳୟରେ ନାମ ଫଳକଟିଏ ଲାଗିପାରି ନାହିଁ ।ଫଳରେ ଲୋକମାନେ କାର୍ୟ୍ୟାଳୟର ଅବସ୍ଥିତି କେଉଁଠାରେ ଜାଣି ନପାରି ଅନେକ ସମୟରେ ହଇରାଣ ହେଉଛନ୍ତି ।ଏ ସଂକ୍ରାନ୍ତରେ ଜାଣିବା ପାଇଁ ସହକାରୀ ଯନ୍ତ୍ରୀଙ୍କୁ ବାରମ୍ବାର ଫୋନ କରାଯାଇଥିଲେ ମଧ୍ୟ ଯୋଗା ଯୋଗ ସମ୍ଭବ ହୋଇନଥିଲା ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories