www.samajalive.in
Tuesday, December 9, 2025
15.1 C
Bhubaneswar

ଆର. ପି. ଏଲ ସିଜନ ୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗଞ୍ଜାମ: ରମ୍ଭା ସହର ସ୍ଥିତ ମିନି ଷ୍ଟାଡିୟମରେ ରମ୍ଭା ପ୍ରିମିୟର ଲିଗ -୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ଚେନାଇ ବନାମ ରାଜସ୍ଥାନ ରୟାଲସ ମଧ୍ୟରେ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଫାଇନାଲ ମ୍ୟାଚରେ ପ୍ରଥମେ ଟସ ଜିତି ଚେନାଇ ଦଳ ଫିଲଡିଂ ନିଷ୍ପତି ନେଇଥିଲେ। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ଖେଳି ସମସ୍ତ ଉଇକେଟ ହରାଇ ୧୦୨ ରନ କରିଥିବା ବେଳେ ଏହାର ଜବାବରେ ଚେନାଇ କ୍ରିକେଟ ଟିମ ୭ଉଇକେଟ ବିନିମୟରେ ୧୪.୪ ଓଭରରେ ୧୦୩ ରନ ସଂଗ୍ରହ କରିଥିଲେ।ମ୍ୟାନ ଅଫ ଦ ସିରିଜ ଦେବାଶିଷ ଦାସ (ଚିକୁ ), ମ୍ୟାନ ଅଫ ଦ ମ୍ୟାଚ ମହେଶ ନାୟକ (ହାପି ), ବେଷ୍ଟ ବ୍ୟାଟ୍ସ ମ୍ୟାନ ବାପି ବେହେରା ହୋଇଥିବା ବେଳେ ଧାରା ବିବରଣୀ ଦେଇଥିଲେ ଶ୍ରୀକାନ୍ତ ନାହାକ ।ରମ୍ଭା ପ୍ରିମିୟର ଲିଗ -୩ ର ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାପୁଜୀ ସୁବୁଦ୍ଧି, ବିବେକାନନ୍ଦ ପଟ୍ଟନାୟକ ଓ ସିମାଞ୍ଚଳ ବାଡ଼ତ୍ୟା ଯୋଗଦେଇ କୃତି କ୍ରିକେଟର ମାନଙ୍କୁ ପୁରସ୍କୃତ କରିଥିଲେ। କାହ୍ନ। ସ୍ୱାଇଁ, ପିଣ୍ଟୁ ବାରିକ, ଦଣ୍ଡପାଣି ପାତ୍ର, ରତିକାନ୍ତ ନାୟକ, ପପୁ, କୁଲୁ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories