www.samajalive.in
Saturday, December 13, 2025
23.1 C
Bhubaneswar

ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ବିଳମ୍ବିତ ସ୍ପେକ୍ଟ୍ରମ୍‍ ଦେୟ ଅଗ୍ରୀମ ପ୍ରଦାନ କଲା ରିଲାଏନ୍ସ ଜିଓ

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‍ଫୋକମ୍‍ ଲିମିଟେଡ୍‍ (ଆର୍‍ଜେଆଇଏଲ୍‍) ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ୨୦୧୪,୨୦୧୫, ୨୦୧୬ ବର୍ଷରେ ହୋଇଥିବା ନିଲାମରେ ହାସଲ କରିଥିବା ସ୍ପେକ୍ଟ୍ରମ୍‍ ଏବଂ ୨୦୨୧ ବର୍ଷରେ ଭାରତୀ ଏୟାରଟେଲ୍‍ ସହିତ ଟ୍ରେଡିଂ ଅଫ୍‍ ରାଇଟ୍‍ ଜରିଆରେ ହାସଲ କରିଥିବା ସ୍ପେକ୍ଟ୍ରମ୍‍ ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ସ୍ପେକ୍ଟ୍ରମ୍‍ ଦେୟ ବାବଦରେ ଟେଲିକମ୍‍ ବିଭାଗକୁ ୩୦,୭୯୧ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରାଯାଇଛି। ଏହି ନିଲାମ ଓ ଟ୍ରେଡିଂରେ କଂପାନି ମୋଟ ୫୮୫.୩ ମେଗାହର୍ଜ ସ୍ପେକ୍ଟ୍ରମ୍‍ ହାସଲ କରିଥିଲା।

୨୦୧୬ ବର୍ଷରେ ନିଲାମରେ ହାସଲ କରାଯାଇଥିବା ସ୍ପେକ୍ଟ୍ରମ୍‍ ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ୨୦୨୧ ଅକ୍ଟୋବର ମାସରେ ପ୍ରଥମ କିସ୍ତିର ଅଗ୍ରୀମ ଦେୟ ପ୍ରଦାନକୁ କାର୍ଯ୍ୟକାରୀ କରାଯାଇଥିଲା। ଏହା ପରେ ୨୦୨୧ ଡିସେମ୍ବର ମାସରେ ଟେଲିକମ୍‍ ବିଭାଗ ନିଷ୍ପତି ଅନୁସାରେ ଘୁଂଚିଥିବା (ବିଳମ୍ବିତ) ସ୍ପେକ୍ଟ୍ରମ୍‍ ଦେୟକୁ ଯେକୌଣସି ତାରିଖରେ ଦେଇପାରିବା ଲାଗି ଟେଲିକମ୍‍ କଂପାନିଗୁଡ଼ିକୁ ଅନୁମତି ପ୍ରଦାନ କରାଯିବା ପରେ ଆର୍‍ଜେଆଇଏଲ୍‍ ଚଳିତ ମାସରେ ୨୦୧୪ ଓ ୨୦୧୫ର ନିଲାମରେ ହାସଲ କରାଯାଇଥିବା ତଥା ଟ୍ରେଡିଂ ଜରିଆରେ ହାସଲ କରାଯାଇଥିବା ସ୍ପେକ୍ଟ୍ରମ୍‍ ପାଇଁ ଘୁଂଚିଥିବା ସମସ୍ତ ସ୍ପେକ୍ଟ୍ରମ୍‍ ଦେୟର ଅଗ୍ରୀମ ପ୍ରଦାନ କରାଯାଇଛି।

- Advertisement -

ଏହି ଦେୟଗୁଡ଼ିକୁ ୨୦୨୨-୨୩ ବର୍ଷରୁ ୨୦୩୪-୩୫ ଆର୍ଥିକ ବର୍ଷ ମଧ୍ୟରେ ୭ ବର୍ଷରୁ ଅଧିକ ହାରାହାରି ଅବଧି ସହିତ ବାର୍ଷିକ ୯.୩୦%ରୁ ୧୦% ଭଳି ସୁଧ ହାରରେ ବାର୍ଷିକ କିସ୍ତି ଜରିଆରେ ପ୍ରଦାନ କରିବାର ଥିଲା। କଂପାନିର ଆକଳନ ଅନୁଯାୟୀ ଏବେ ସମୟ ପୂର୍ବରୁ ଏହି ଅଗ୍ରୀମ ଦେୟ ପ୍ରଦାନ ଜରିଆରେ ଆର୍‍ଜେଆଇଏଲ୍‍ କେବଳ ସୁଧ ବାବଦରେ ଖର୍ଚ୍ଚ ହେବାକୁ ଥିବା ବାର୍ଷିକ ପ୍ରାୟ ୧୨୦୦ କୋଟି ଟଙ୍କାର ସଂଚୟ କରିପାରିବ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories