www.samajalive.in
Sunday, December 14, 2025
14.1 C
Bhubaneswar

ଗୁଗୁଲ ମୁଖ୍ୟ ସୁନ୍ଦରଙ୍କ କାମ କରିବାର ମନ୍ତ୍ର ହେଉଛି –

ଆଲଫାବେଟ୍ ଇଙ୍କ୍‌ର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ସୁନ୍ଦର ପିଚାଇ। ଆଜି ତାଙ୍କ ପାଇଁ ପୂରା ଭାରତବର୍ଷ ଗର୍ବିତ। ଏକ ବିଶ୍ବସ୍ତରୀୟ କମ୍ପୀନୀର ଦାୟିତ୍ବ ନେଇ ସେ ବେଶ୍ ଦକ୍ଷ ଭାବେ ପରିଚାଳନା କରୁଛନ୍ତି। ୪୯ ବର୍ଷୀୟ ସୁନ୍ଦର ସବୁବେଳେ ହସହସ ମୁହଁରେ କାର୍ଯ୍ୟାଳୟ ଆସନ୍ତି। ଏକଥା ତାଙ୍କ ସହକର୍ମୀମାନେ ସେମାନଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।

-ନିଜକୁ ଜଣେ ଆଇଆଇଟି ଛାତ୍ର ଭାବେ ପରିଚୟ ଦେବାରେ ତାଙ୍କୁ ଭାରି ଖୁସି ଲାଗେ। ଯେତେବେଳେ ସେ ଆଇଆଇଟି ତରଫରୁ ମନୋନୀତ ହେଲେ, ପୂରା ପରିବାର ପାଇଁ ସେ ହିରୋ ପାଲଟିଗଲେ। ବାପା-ମା’ଙ୍କ ଆତ୍ମସନ୍ତୋଷ ସେମାନଙ୍କ ମୁହଁରୁ ଝରିପଡ଼ୁଥିଲା।

- Advertisement -

– ସୁନ୍ଦରଙ୍କ କାମ କରିବାର ମନ୍ତ୍ର ହେଉଛି ସମୟକୁ ଗୁରୁ ବୋଲି ସମ୍ମାନ ଦିଅ। ପ୍ରତିଟି କାମକୁ ନିର୍ଦିଷ୍ଟ ସମୟରେ ଶେଷ କଲେ କିଛି ଅସୁବିଧା ହୁଏନି। ଗୁଗୁଲ୍‌ରେ କାମ କରିବା ପରଠାରୁ ସୁନ୍ଦର ସମୟର ଜ୍ଞାନକୁ ବୁଝିପାରିଲେ। ବିଳମ୍ବରେ କାମ ସାରିବାକୁ ସେ ଆଦୌ ପସନ୍ଦ କରନ୍ତିନି।

– ସୁନ୍ଦର ଏକ ସାକ୍ଷାତକାର୍‌ରେ କହିଛନ୍ତି, ତାଙ୍କ କାର୍ଯ୍ୟାଳୟରେ ଦେଶବିଦେଶରୁ ଛାତ୍ରଛାତ୍ରୀମାନେ ଇଣ୍ଟର୍ଣ୍ଣସିପ୍ କରିବାକୁ ଆସନ୍ତି। ଅଧିକାଂଶ ତାଙ୍କୁ ଭେଟିବାକୁ ଆସି କହନ୍ତି, ମୁଁ ଆପଣଙ୍କ ଭଳି ହେବାକୁ ଚାହୁଁଛି। ସୁନ୍ଦର ସମସ୍ତଙ୍କୁ ବୁଝାନ୍ତି, ମୋ ଭଳି ହେବା ଦରକାର ନାହିଁ। ନିଜ ଜ୍ଞାନର ପରିସୀମା ବଢ଼ାଅ। ତୁମେ ନିଶ୍ଚୟ ସଫଳ ହେବ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories