ଦିନକରେ ଆଉ ୬ କରୋନା ଆକ୍ରାନ୍ତ ମୃତ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାସହ ଗତ କିଛି ଦିନ ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ମଧ୍ୟରେ ସୀମିତ ରହିଥିବା ବେଳେ ୨୪ ଘଣ୍ଟାରେ ରାଜ୍ୟରେ ଚିକିତ୍ସାଧୀନ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨, ଭଦ୍ରକ ଓ କଟକରୁ ଜଣେ ଲେଖାଏଁ, ଜଗତସିଂହପୁର ଓ ଝାରସୁଗୁଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୪୯୪ରେ ପହଞ୍ଚିଛି।
Comments are closed.