ହିଡ଼ସାହି ଅଗ୍ନି ବିପନ୍ନଙ୍କୁ ସହାୟତା

ଚୌଦ୍ୱାର: ଟାଙ୍ଗୀ-ଚୌଦ୍ୱାର ନିକଟ ବିଲତେରୁଅାଁ ଗ୍ରାମ ହିଡସାହିରେ ଶନିବାର ବିଳମ୍ବିତ ରାତିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇ ଅସହାୟ ହୋଇଥିବା ୪ଟି ପରିବାରକୁ ଚୌଦ୍ୱାରସ୍ଥିତ ଡାଳିଯୋଡା ସାହିତ୍ୟ ସଂସଦ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ସଂସଦ ସଭାପତି କେ.ସି.ପ୍ରତାପସିଂଙ୍କ ନେତୃତ୍ୱରେ ଚନ୍ଦ୍ର ମୋହନ ସାହୁ,ସାମ୍ବାଦିକ ମହେନ୍ଦ୍ର କୁମାର ବିଶ୍ୱାଳ ଓ କର୍ମକର୍ତ୍ତା ମାନେ ପୀଡ଼ିତ ମାନଙ୍କ ପାଖରେ ପହଞ୍ଚି ପରିବାର ବର୍ଗଙ୍କୁ ଶାଢ଼ି, ଲୁଙ୍ଗି, ଶୀତବସ୍ତ୍ର ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ସେହିପରି ସ୍ଥାନୀୟ ହାଟେଶ୍ୱର ଜନକଲ୍ୟାଣ ସମିତି ପକ୍ଷରୁ ତ୍ରୈଲୋକ୍ୟନାଥ ଓଝା ଓ ଅନ୍ୟ ସଦସ୍ୟ ମାନେ ବିପନ୍ନ ପରିବାର ବର୍ଗଙ୍କୁ ଭେଟି ସହାୟତା ପ୍ରଦାନ କରିଥିଲେ।

Comments are closed.