www.samajalive.in
Saturday, December 6, 2025
15.1 C
Bhubaneswar

ଦାଦନ ଖଟିବାକୁ ଯାଇ ଅଘଟଣ ; ଟ୍ରେନ ଦୁର୍ଘଟଣାରେ ଯୁବକ ମୃତ

କଲମପୁର : ଦାନା ପାଇଁ ଦାଦନ ଖଟିବାକୁ ଯାଇ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଛି। ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇରେ ସମଗ୍ର ପଶ୍ଚିମ ଓଡିଶା ମସଗୁଲଥିବାବେଳେ ଟିକଚନଙ୍କ ପରିବାରରେ କିନ୍ତୁ ଶୋକର ଛାୟା ଖେଳି ଯାଇଛି। ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇ ପୁଅ ବଳରାମର ମୃତ୍ୟୁ ହୋଇଛି। ଗତ ଦୁଇ ମାସ ତଳେ କଲମପୁର ବ୍ଳକ ପାଣିଗାଁର ଟିକଚନଙ୍କ ପୁଅ ବଳରାମ ଗାଁ ପିଲାଙ୍କ ସହ ମିଶି ଗୋଆକୁ ଦାଦନ ଖଟିବାକୁ ଯାଇଥିଲା। କିଛି ପଇସା ରୋଜଗାର କରି ଆଣିଲେ ପରିବାର ବର୍ଗ ହସଖୁସିରେ ନୂଆଖାଇ ମନାଇଥାନ୍ତୋ। କିନ୍ତୁ ପଇସା ତ ଆସିଲାନି ନୂଆଖାଇରେ ପୁଅର ମୃତ୍ୟୁ ଖବର ଶୁଣିବାକୁ ମିଳିଥିଲା। ଟିକଚନଙ୍କ ସହ ଗୋଆ ଯାଇଥିବା ଗାଁ ପିଲାମାନେ ଫେରିବା ପରେ ପୁଅର ମୃତ୍ୟୁ ଖବର ମିଳିଥିଲା। ସାଥୀ ଶ୍ରମିକଙ୍କ କହିବାନୁଯାୟୀ ଗତ ୧୪ ତାରିଖରେ ଏକ ଟ୍ରେନ ଦୁର୍ଘଟଣାରେ ବଳରାମର ଗୋଡ କଟିଯିବା ପରେ ତାକୁ ସେଠାକାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୁଣ୍ଡରେ ଆଘାତ ଲାଗିଥିବାରୁ ଚିକିତ୍ସାଧିନ ଅବସ୍ଥାରେ ସେହିଦିନ ହିଁ ବଳରାମର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ସେଠାକାର ରେଲୱେ ପୁଲିସ ଏସଂପର୍କରେ ଟିକଚନର ପରିବାର ଲୋକଙ୍କ ଜଣାଇଥିଲା। ତେବେ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଗୋଆ ଯାଇ ମୃତ ଦେହ ଆଣିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ସମ୍ବେଦନଶୀଳ ହୋଇ ମୃତ ଦେହ ଆଣିବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories