www.samajalive.in
Sunday, December 14, 2025
26.1 C
Bhubaneswar

ସେନାକୁ ମିଳିଲା ନୂଆ ପୋଷାକ

ନୂଆଦିଲ୍ଲୀ: ଭାରତୀୟ ସେନାର ପୋଷାକରେ ପରିବର୍ତ୍ତନ କରାଯାଇଛି। ସେନା ଦିବସ ଅବସରରେ ଏହି ନୂଆ ଶୈଳୀର ପୋଷାକ ‘ବ୍ୟାଟଲ ଡ୍ରେସ୍‌ ୟୁନିଫର୍ମ’ କାର୍ଯ୍ୟକାରୀ ହୋଇଛି। ସେନା ଦିବସ ପରେଡରେ ଆକାଶଛତା ବାହିନୀ ଯବାନମାନେ ଏହି ନୂଆ ପୋଷାକ ପରିଧାନ କରିଛନ୍ତି। ଏହାର ରଙ୍ଗ ପୂର୍ବପରି ରହିଛି; କିନ୍ତୁ ଛାପା ସାମାନ୍ୟ ବଦଳିଛି। ଏଥିରେ ଡିଜିଟାଲ ଛାପ ରହିଛି। ହାଲ୍‌କା କପଡ଼ାରେ ପ୍ରସ୍ତୁତ ପ୍ୟାଣ୍ଟରେ ଅଧିକ ପକେଟ ରହିଛି।

ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଫେସନ୍‌ ଟେକ୍‌ନୋଲଜି ବା ଏନ୍‌ଆଇଏଫ୍‌ଟି ଦ୍ବାରା ପ୍ରସ୍ତୁତ ଅଧିକ ଆରାମଦାୟକ ଏବଂ ଡିଜିଟାଲ ଛାପ ଥିବାରୁ ଯବାନଙ୍କୁ କ୍ଷେତ୍ର ଉପରେ ଚିହ୍ନିବା କଷ୍ଟକର ବୋଲି କୁହାଯାଉଛି। ପର୍ଯ୍ୟାୟକ୍ରମେ ସେନାଧିକାରୀ ଓ ଯବାନଙ୍କୁ ଏହି ପୋଷାକ ଯୋଗାଇ ଦିଆଯିବ; ତେବେ ଏହାର ପ୍ରସ୍ତୁତି ତଥା ଯୋଗାଣ ପାଇଁ ଘରୋଇ ଓ ସରକାରୀ ସଂସ୍ଥାଙ୍କୁ ଖୋଲା ଟେଣ୍ଡର ମାଧ୍ୟମରେ ସୁଯୋଗ ଦିଆଯିବ। ସମ୍ପ୍ରତି ୧୩ ଲକ୍ଷର ବିଶାଳ ସେନା ପାଇଁ ଏହି ପୋଷାକ ପ୍ରସ୍ତୁତ ହେବ। ପ୍ରଚଳିତ ବ୍ୟବସ୍ଥାରେ ଯବାନମାନେ ବଜାରରୁ କପଡ଼ା କିଣି ନିଜେ ଏହାର ସିଲାଇ କରାଉଛନ୍ତି; କିନ୍ତୁ ନୂଆ ପୋଷାକ ବଜାରରେ ଉପଲବ୍ଧ ହେବ ନାହିଁ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories