www.samajalive.in
Sunday, December 14, 2025
26.1 C
Bhubaneswar

ଜୟସାଲମେରରେ ଉଡ଼ିଲା ବିଶ୍ବର ସର୍ବବୃହତ୍‌ ଖଦି ପତାକା

ନୂଆଦିଲ୍ଲୀ: ଦେଶର ୭୪ତମ ସେନା ଦିବସ ପାଳନ ଅବସରରେ ଶନିବାର ଭାରତୀୟ ସେନା ପକ୍ଷରୁ ରାଜସ୍ଥାନର ଜୟସାଲମେରଠାରେ ବିଶ୍ବର ସର୍ବବୃହତ୍‌ ଖଦି ପତାକା ଉତ୍ତୋଳନ କରାଯାଇଛି। ସେନାର ଦକ୍ଷିଣ କମାଣ୍ଡ ପକ୍ଷରୁ ଜୟସଲମେର ସେନା ଘାଟିଠାରେ ଏହି ୨୨୫ ଫୁଟ ଦୀର୍ଘ ଓ ୧୫୦ ଫୁଟ ପ୍ରସ୍ତ ପତାକା ଉତ୍ତୋଳନ କରାଯାଇଛି। ପତାକା ୩୩ ହଜାର ୭୫୦ ବର୍ଗଫୁଟ ଅଞ୍ଚଳ ପରିବେଷ୍ଟିତ ହୋଇଛି। ପତାକାରେ ଅଶୋକ ଚକ୍ରର ପରିଧି ୩୦ଫୁଟ ରହିଛି। ପତାକା ପ୍ରାୟ ୧୪୦୦ କିଲୋ ଓଜନ ହୋଇଛି। ଏହାର ତିଆରି ପାଇଁ ୪୫୦୦ ମିଟର ହାତ ଭିଣା ସୂତା ବ୍ୟବହୃତ ହୋଇଛି।

ଜାନୁଆରୀ ୧୫ ତାରିଖ ହେଉଛି ସେନା ଦିବସ। ୧୯୪୯ ଜାନୁଆରୀ ୧୫ରେ ଭାରତ ସେନାର ପ୍ରଥମ ସେନାଧ୍ୟକ୍ଷ ଭାବେ ଫିଲ୍ଡ ମାର୍ଶାଲ କେଏମ କାରିଆପ୍ପା ଦାୟିତ୍ବ ବ୍ରିଟିଶ ସେନାର ଶେଷ ଜେନେରାଲ ସାର ଫ୍ରାନସିସ୍‌ ବଚରଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ଏହି ଦିନକୁ ମନେ ରଖିବା ଲାଗି ପ୍ରତିବର୍ଷ ଜାନୁଆରୀ ୧୫ ତାରିଖକୁ ସେନା ଦିବସ ଭାବେ ପାଳନ କରାଯାଇଥାଏ। ସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୈନ୍ୟ ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ ଦେଶର ସୁରକ୍ଷାକୁ ନିଶ୍ଚିତ କରିବାରେ ସୈନ୍ୟବାହିନୀର ଅବଦାନ ଗୁରୁତ୍ବପୂର୍ଣ୍ଣ। ଆମର ସୈନିକମାନେ ସୀମାକୁ ସୁରକ୍ଷିତ ରଖିବା ଓ ଶାନ୍ତି ପ୍ରତିଷ୍ଠା ଦିଗରେ ଅଦମ୍ୟ ସାହସ ଓ ତ୍ୟାଗ ପ୍ରଦର୍ଶନ କରିଆସୁଛନ୍ତି। ସେନାର ଏହି ସେବା ପାଇଁ ଦେଶ ସେମାନଙ୍କ ନିକଟରେ ଋଣୀ। ପ୍ରଧାନମନ୍ତ୍ରୀ ମୋଦୀ ସେନା ଦିବସ ଅବସରରେ ସାହସୀ ସୈନିକ, ଅବସରପ୍ରାପ୍ତ ସୈନିକ ଓ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି। ମୋଦୀ କହିଛନ୍ତି ଯେ ଭାରତୀୟ ସେନା ଏହାର ସାହସ ଓ କର୍ତ୍ତବ୍ୟନିଷ୍ଠ ପାଇଁ ବିଶ୍ବରେ ପରିଚିତ। ଦେଶର ସୁରକ୍ଷା ଦିଗରେ ସେମାନଙ୍କର ଅବଦାନକୁ ଶବ୍ଦରେ ପରିପ୍ରକାଶ କରିହେବ ନାହିଁ। ଏହି ଅବସରରେ ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ୍‌ ନରବଣେ, ବାୟୁସେନା ମୁଖ୍ୟ ଭିଆର ଚୌଧାରୀ ଓ ନୌସେନା ମୁଖ୍ୟ ଆଡମିରାଲ ଆର ହରିକୁମାର ଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories