ନେମାଳ: ନେମାଳ ଥାନା ଅନ୍ତର୍ଗତ ଝାଡେଶ୍ୱରପୁର ପଞ୍ଚାୟତ ଗୋପୀନାଥପୁର ଗ୍ରାମର ଅଶୋକ ବେହେରାଙ୍କ ଗୁହାଳ ଘର ଉପରେ ଶନିିବାର ଅପରାହ୍ନରେ ବଜ୍ରାଘାତ ହେବାରୁ ଗୁହାଳ ଘରେ ବନ୍ଧା ଯାଇଥିବା ଗୋଟିଏ ଗାଈର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ତିନୋଟି ଗାଈ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣା ସଂପର୍କରେ ପଞ୍ଚାୟତ ବିଜେଡି ସଭାପତି ବିଭୂତି ଦାସ ଗଣମାଧ୍ୟମକୁ ସୂଚନା ଦେବା ସହ ଆହତ ଗୋରୁ ମାନଙ୍କର ତୁରନ୍ତ ଚିକିତ୍ସା କରାଯିବା ଓ ମୃତ ଗାଈର କ୍ଷତି ପୂରଣ ଶ୍ରୀ ବେହେରାଙ୍କୁ ପ୍ରଦାନ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।
Popular Categories



