ପାଳଦା ୟୁଜି.ଏମ.ଇ ବିଦ୍ୟାଳୟ ପରିସରରେ ମାଗଣା ଦନ୍ତ ଚିକିତ୍ସା ଶିବିର

0

ନେମାଳ : ନେମାଳ ଥାନା ଅନ୍ତର୍ଗତ ପାଳଦା ଗ୍ରାମପପଞ୍ଚାୟତ ପାଳଦା ୟୁଜି.ଏମ.ଇ ବିଦ୍ୟାଳୟ ପରିସରରେ ମାଗଣା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଲୋକ ବିକାଶ ଫାଉଣ୍ଡେସନ୍‍ ଏବଂ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଦନ୍ତ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରକୁ ସାପ୍ତାହିକ ସମ୍ବାଦପତ୍ର ଭୋକିଲା ପେଟର ସମ୍ପାଦକ ସୁଧିର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ। ସମାଜସେବୀ ଶ୍ରୀକାନ୍ତ ଦଳାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଡାକ୍ତର ନେହା ପଟିୟାଲ,ଡାକ୍ତର ପିୟୁଶ ଡାଲମିଆ,ଡାକ୍ତର ସ୍ମୃତି ଦାଶ,ଡାକ୍ତର ଶିଲ୍ପା ମହାପାତ୍ର ,ଟେକ୍ନିସିଆନ ଜୟଦେବ ବେହେରା ପ୍ରମୁଖ ଯୋଗଦେଇ ଶତାଧିକ ରୋଗିଙ୍କର ମାଗଣା ଚିକିତ୍ସା କରିବା ସହିତ େଓ÷୍ୟଷଧ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସରପଞ୍ଚ ମୀନକେତନ ସ୍ୱାଇଁ,ଅକ୍ଷୁ ଖୁଣ୍ଟିଆ,ଯୁବନେତା ଜଗଦିଶ ଦାସ,ବାନାମ୍ବର ଦାସ,ଜିତେନ୍ଦ୍ର ଦଳାଇ,ନଦନ ମୋହନ ନାୟକ,ତାପସ ଦଳାଇ,କ୍ଷୀରୋଦ ଦଳାଇ,ସରୋଜ ଖୁଣ୍ଟିଆ,ସଂଜୟ ଖୁଣ୍ଟିଆ,ଅକ୍ଷୟ ବେହେରା,ରମେଶ ଚନ୍ଦ୍ର ନାୟକ,ଅଶୋକ ସାମଲ,ବିରରଂଞ୍ଜନ ଖୁଣ୍ଟିଆ,ଅଜୟ ମଲ୍ଲିକ,ହୃଷିକେଶ ଦଳାଇ,ଅମୁଲ୍ୟ ନାୟକ ପ୍ରମୁଖ ସହଯୋଗ କରିଥିଲେ।

Leave A Reply