ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ଜାମୁନାଳିଆ ନିକଟରେ ଆଜି ଅପରାହ୍ନରେ ଏକ ବଡ ତେନ୍ତୁଳି ଗଛ ରାସ୍ତା ଉପରେ ଉପୁଡ଼ି ପଡିଥିଲା। ଫଳରେ ପାଟଣାରୁ ବାଉଁଶୁଳିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ ହୋଇଯାଇଥିଲା। ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡ଼ି ଅଟକି ରହିଥିଲା। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ଗଛଟିକୁ କାଟି ରାସ୍ତା ସଫା କରିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।
Popular Categories



